Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ରହସ୍ଯମୟ ଜଗନ୍ନାଥ

ରହସ୍ଯମୟ ଜଗନ୍ନାଥ

1 min
179



ନୀଳକନ୍ଦରରେ ବସି ଜଗନ୍ନାଥ

ଭାଇ ଭଉଣୀ ସହିତ ।

କି ବିଚିତ୍ର ଲୀଳା ଲଗାଇ ଅଛନ୍ତି

ବୁଝି ନପାରେ ଭକତ ।୧।

ରହସ୍ଯରେ ଭରା ନିଜେ ଲୀଳାମୟ

ତାଙ୍କର ତ ହାତ ନାହିଁ ।

ଦାସିଆ ନଡିଆ ନେଲେ କେଉଁପରି

କହ ସେ ହାତ ବଢାଇ ।୨।

ଭାତଥାଳି ଧରି ବନ୍ଧୁଟିଏ ହୋଇ

ବନ୍ଧୁ ମହାନ୍ତିକୁ ଦେଲେ ।

କରମା ବାଈର ହାତର ଖେଚୁଡି

କହ କିପରି ଖାଇଲେ ।୩।

ଷାଠିଏ ପଉଟି ଖାଆନ୍ତି କିପରି

ଏଡେ ଛୋଟିଆ ପେଟରେ ।

ଛତିଶି କୋଟି ଦେବତା ଲାଗିଛନ୍ତି

କିପରି ତାଙ୍କ ସେବାରେ ।୪।

ବାର ମାସେ ତେର ପରବ ରହସ୍ଯ

କହିବ କିଏ ଜାଣିଛି ।

ହାତେ ଦେଉଳରେ ବାରହାତ ଦିଅଁ

କିଏ କାହିଁ ଦେଖିଅଛ  ।୫।

ପୁରୁଷୋତ୍ତମର ଯେତେକ ରହସ୍ଯ

ଦେବତା ଜାଣି ନାହାନ୍ତି ।

ମଣିଷ କିପରି ଜାଣିବ ଏ ସବୁ

ଭକତେ କିଛି ଜାଣନ୍ତି ।୬।

ସେ ରହସ୍ଯମୟ ଶ୍ରୀଜଗନ୍ନାଥଙ୍କୁ

ଭରସା କରିଛି ଦୀନ ।

ପଦ୍ମମୁଖ ଦେଖି ପଦ୍ମପାଦେ ଚିତ୍ତ

ରହୁ ମୋର ମନ ମୀନ।୭ ।


Rate this content
Log in

Similar oriya poem from Abstract