STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: କନ୍ଧମାଳ

ଜିଲ୍ଲା ପରିକ୍ରମା: କନ୍ଧମାଳ

1 min
76

      

ଅବିଭକ୍ତ ଫୁଲବାଣୀ ଜିଲ୍ଲା ଯେବେ

       ଦୁଇ ଭାଗ ହୋଇଗଲା

ଉନେଇଶ ଚୌରାନବେରୁ କନ୍ଧମାଳ

       ଜିଲ୍ଲା ମାନ୍ୟତା ପାଇଲା।୧

ଫୁଲବାଣୀ ବାଲିଗୁଡା ଦୁଇ ଗୋଟି

        ଉପଖଣ୍ଡ କନ୍ଧମାଳେ

ପାହାଚ ପାହାଚ ପାହାଡ ଜଙ୍ଗଲ

        ମାଧପୁର ଘାଟି ଗଲେ।୨

କୋଟଗଡ ପରେ ରାୟଗଡା ଜିଲ୍ଲା

        ଦକ୍ଷିଣ ସୀମା ବିଭାଜି

କଳିଙ୍ଗା ଘାଟିରୁ ଆରମ୍ଭ ଗଞ୍ଜାମ

       ମନୋରମ ଦୃଶ୍ୟରାଜି।୩

ପଶ୍ଚିମରେ ବୌଦ୍ଧ ଚାରିଛକ ଠାରୁ

        ମହାନଦୀ ତଟ ଦେଶେ

ସହିତ ରହିଛି କଳାହାଣ୍ଡି ଜିଲ୍ଲା

         ମଦନପୁର ଆବେଶେ।୪

ପ୍ରକୃତି ସନ୍ତାନ ପ୍ରକୃତି କୋଳରେ

      ସାଉଣ୍ଟୁଛି ଫୁଲ ଶସ୍ୟ

ଝୁଣା ଲାଖ ମହୁ ବନଜାତ ଦ୍ରବ୍ୟ

      ଅଦା ହଳଦୀ ସୋରିଷ।୫

ଅଳସୀ ମାଣ୍ଡିଆ ହଳଦୀ ମକ୍କାର

      ସବୁଜିମା ରଙ୍ଗ ଭରେ

କନ୍ଧମାଳ ହଳଦି ପୃଥିବୀ ପ୍ରସିଦ୍ଧ

  ଜିଆଇ ଟ୍ୟାଗ୍ ମାନ୍ୟତାରେ।୬

ପୁଟୁଡି ମିଦୁବନ୍ଦ ପକଡାଝର ଲୁଡୁ

      ଅନେକ ଜଳ ପ୍ରପାତ 

ପର୍ବତ ଅରଣ୍ୟ ଜାଲ ବିଛାଇଛି

      ପାହାଡୀ ନଦୀର ସ୍ରୋତ।୭

ବଡ ସାଲୁଙ୍କି ସାନ ସାଲୁଙ୍କି ଦୁଇ

      ଛୋଟ ନଦୀ ମଧ୍ୟ ଭାଗେ

ରୁଷିକୁଲ୍ୟା ନଦୀ ଦାରିଙ୍ଗବାଡିରୁ

        ଉତ୍ପତ୍ତି ସାଗର ଦିଗେ।୮

କନ୍ଧମାଳ ଜିଲ୍ଲା କନ୍ଧଙ୍କ ବସତି

    ବ୍ୟାପିଛନ୍ତି ପଡୋଶୀ କୁ

 ନାରୀ ମାନଙ୍କର ଚିତାକୁଟା ମୁହଁ

     ସୌନ୍ଦର୍ଯ୍ୟ ଲୁଚାଇବାକୁ।୯

ଦାରିଙ୍ଗବାଡିର ନାଆଁ ଶୁଣିଦେଲେ

       କମ୍ବଳ ଚାଦର ଲୋଡେ

ଓଡିଶାର କାଶ୍ମୀର ଭାବେ ଖ୍ୟାତ

      ବରଫ ଯେଉଁଠି ପଡେ।୧୦

ଦାରିଙ୍ଗବାଡିର ପ୍ରକୃତି କୋଳରେ

        ବିଶ୍ରାମ ପାଇଁ ଆଶ୍ରୟ

ମିରିଗ ମୟୁର ବିହାର ସହିତ

       ଝରଣା ଦେଖା ନିଶ୍ଚୟ।୧୧

ଫୁଲବାଣୀରେ ଜଗନ୍ନାଥ ମନ୍ଦିର

       ଚକାପାଦରେ ଆଶ୍ରମ

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଚର୍ଚ୍ଚ 

      କନ୍ଧମାଳ ପୁଣ୍ୟ ଧାମ।୧୨

ଦାରିଙ୍ଗବାଡିର ପ୍ରକୃତି କୋଳରେ

        ବିଶ୍ରାମ ପାଇଁ ଆଶ୍ରୟ

ମିରିଗ ମୟୁର ବିହାର ସହିତ

       ଝରଣା ଦେଖା ନିଶ୍ଚୟ।୧୩

ଝାଉଁ ବଣ ଦେଖି ମନ ଭୁଲିଯାଏ

      କଫି ବଗିଚାରେ ବୁଲି

କେତେ ଜାତି ଚାଷ ହୁଏ ସେ ଜିଲ୍ଲାରେ

      ନାମ ତା'ର ଭୁଲିଗଲି।୧୪

କଳ କାରଖାନା ସ୍ୱପ୍ନ ସେ ଜିଲ୍ଲାରେ

        ରେଳପଥ ବହୁଦୂର

ସମୁଦ୍ର ପତ୍ତନୁ ଦୁଇ ହଜାର ଫୁଟ

     ଉପରେ ଯେ କନ୍ଧମାଳ।୧୫

ଧରଣୀ ପେନୁର ପୂଜା ଯତ୍ନ କରି

      ବଳି ଦେଲେ ଶସ୍ୟ ଫଳେ

ଏପରି ବିଶ୍ୱାସ ରହିଛି ସରଳ

      କନ୍ଧ ବସି ମନେ ଭାଳେ।୧୬

ରେଳପଥ ନାହିଁ କେଉଁ ଜିଲ୍ଲା ଯଦି

       କନ୍ଧମାଳ ନାଆଁ ଆଗେ

ଦୃତ ପ୍ରଗତିର ବାଧକ ସାଜିଛି

        ଗତିର ଉଦୟ ରାଗେ।୧୭

ଫୁଲବାଣୀ ନାମ ହେଲା କନ୍ଧମାଳ

       ଫୁଲ ଆଉ ବାସୁ ନାହିଁ

ନାମ ବଦଳିଲେ ଜିଲ୍ଲାର କି ଗଲା

       ପ୍ରଗତି ଲୁଚିଛି କାହିଁ !୧୮

ଏମଡିଏଚ୍ ମସଲା କିସ୍ ଅନୁଷ୍ଠାନ

       ମିଳିତ ଉଦ୍ୟମ କରି

କନ୍ଧମାଳ ଠାରେ କିସ୍ ପ୍ରତିଷ୍ଠା

      ଶିକ୍ଷାର ମାନ ତିଆରି।୧୯

ବେତକାମ ସହ ଟେରାକୋଟା କାମ

       ସ୍ୱୟଂ ସହାୟିକା ଗୋଷ୍ଠୀ

ଜୀବନ ମାନରେ ଉନ୍ନତି ଆଣିବ 

        ଗଢିବ ନୂତନ ସୃଷ୍ଟି।୨୦।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract