STORYMIRROR

Pratima Panda

Abstract

3  

Pratima Panda

Abstract

କେବେ ନେବ ଅବତାର

କେବେ ନେବ ଅବତାର

1 min
33

ହେ କୃଷ୍ଣ!କୁହ

ଆଉ କେବେ ନେବ ତୁମେ ଅବତାର??

ଅନ୍ୟାୟ ଅତ୍ୟାଚାରରେ ଉଛୁଳି ଗଲାଣି

ଭାରତର ଗନ୍ତାଘର

ତୁମ ବିନା ବି ଚାଲେ ଏଠି

ମହାଭାରତର ମହାସମର

ହେଲେ ଶକୁନି,ଦୁର୍ଯ୍ୟୋଧନ ଏଠି

 ହଜାର ହଜାର 

କୁହ ଆଉ କେବେ

ନେବ ତୁମେ ଅବତାର??

କଣ ତୁମେ ଶୁଣି ପାରୁନ

ଶହ ଶହ ଦ୍ରୌପଦୀଙ୍କର ଆର୍ତ୍ତ ଚିତ୍କାର

ନା ଖାଲି ପଡିଛି ଏବେ

ତୁମ ବସ୍ତ୍ର ଭଣ୍ତାର 

ହେ କୃଷ୍ଣ ! କୁହ 

ଆଉ କେବେ ନେବ ତୁମେ ଅବତାର??

ସୁଦାମା ବୁଝେ ନାହିଁ ଏବେ

ମୂଲ୍ୟ ସଂପର୍କର

ସ୍ୱାର୍ଥ ପାଇଁ କରେ 

ବନ୍ଧୁତ୍ବ ସଂହାର ।

ବୁଲୁଛନ୍ତି କେତେ ଯେ ପୁତନା ଏଠି

ସ୍ତନେ ଧରି ବିଷକ୍ଷୀର

ଭାବୁଛନ୍ତି କେଉଁ କୋମଳମତି 

ହେବ ତାଙ୍କ କାମନାର ଶିକାର ।

ହେ କୃଷ୍ଣ !କୁହ.....

ଯଶୋଦା ଆଖିରୁ ଆଜିବି

ଶୁଖୁନି ଲୁହର ଧାର

ଧନ ତା ଯାଇଛି କରିବାକୁ

ସୁଖ ସହ କାରବାର

ତେଣୁ ସିନା କରିଛି ସେ

ଜରା,ବ୍ୟାଧି,ବାର୍ଦ୍ଧକ୍ୟକୁ ସାତପର ।

ବିରହୀ ରାଧିକା ଅପେକ୍ଷି ବସିଛି

ନିତି ପି ପି ପ୍ରେମ ଜହର

ବାଜିବ କି କେବେ ମୋହନ ମୁରଲୀ

ଆତ୍ମା ହେବ ତା ପବିତ୍ର ।

ଟାକିଛି ତୁମକୁ ଶ୍ରୀହୀନ କଦମ୍ୱ

ଝୁରୁଛି ଦୂଷିତ ଯମୁନା ନୀର

ଏ ଧରା ଲଭିବ ତା ପୂର୍ବ ସୌନ୍ଦର୍ଯ୍ୟ 

ପଖାଳିବ ଅଶ୍ରୁ ଯେବେ ତାର

ତବ ପୂଣ୍ୟ ପଦ୍ମ ପୟର ।

ହେ କୃଷ୍ଣ ! କୁହ 

ଆଉ କେବେ ନେବ ତୁମେ ଅବତାର ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract