STORYMIRROR

Soumya Suchi

Abstract Inspirational

3  

Soumya Suchi

Abstract Inspirational

ତଥାପି ବି ଆମେ ସ୍ୱାଧୀନ

ତଥାପି ବି ଆମେ ସ୍ୱାଧୀନ

1 min
144


ଏଠି ରାସ୍ତା କଡେ ଗଡେ ନବଜାତ ଶିଶୁ

ମାଆ ପେଟ ଜଳେ କ୍ଷୁଧାରେ

ଋଣ ଭାର ବୋଝ ସହିନପାରି

ଚାଷୀ ଝୁଲେ ଆମ୍ବଡାଳରେ।।


ଯୌତୁକ ନିଆଁରେ ନବବଧୂ ଜଳେ

ଟଙ୍କା ମୁଠେ ପାଇଁ ଦେହ ବିକି ଚଳେ

ଦିନ ରାତି ସିଏ ଡରି ଡରି ମରେ

ଏଠି ନାରୀ ଜିଏଁ ପରାଧୀନତାର ଗର୍ବରେ।।


ପାଠ ପଢା ପିଲା ନିଶା ଖାଇ ବୁଲେ

ଅପାଠୁଆ ହାତେ ଶାସନ ଚାଲେ

ହକ୍ ପାଇଁ ଲଢ଼ି କିଏ ବେଘର ହୁଏ

ଏଠି ତେଲିଆଙ୍କୁ ଆବାସ ମିଳେ ଶସ୍ତାରେ।।


କୋଟା ଧରି ଲୋକ ଚାକିରୀ ପାଆନ୍ତି

ସାଧାରଣ ବର୍ଗ ହତାଶ ହୁଏ

ସ୍ୱାସ୍ଥ୍ୟ ସେବା ପାଇଁ ହନ୍ତସନ୍ତ ରୋଗୀ

ଏଠି ଡାକ୍ତର ଲୁଟେ ଚଢ଼ା ଦରରେ।।


ଭତ୍ତା ମିଳେ ନାହିଁ ଭିକ ମାଗେ ବୃଦ୍ଧା

ଦୁଆର ଦୁଆର ବୁଲି ଭରେ ତାର କ୍ଷୁଧା

ଆଖି ବୁଜେ ପରିବାର ଅନାହାର ମୃତ୍ୟୁରେ

ଏଠି ବଡ ଲୋକ ଫିଙ୍ଗେ ଖାଦ୍ୟ ରାସ୍ତାରେ।।


ଜାତି ଭାଗ ହେଇ ମାଟି ହୁଏ ବାଣ୍ଟ

ଧର୍ମ ନାଁରେ ପୁଣି କଟା ହୁଏ ମୁଣ୍ଡ

ଧର୍ମାନୁଷ୍ଠାନରେ ବର୍ଷିଯାଏ ଧନ

ଏଠି ଶିକ୍ଷା ବ୍ୟବସ୍ଥା ବଞ୍ଚେ ଗଛ ମୂଳରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract