STORYMIRROR

Satyabati Swain

Romance

4  

Satyabati Swain

Romance

ରେଭେନ୍ସା ଓ ତୁ

ରେଭେନ୍ସା ଓ ତୁ

1 min
400


କାଲି ଯାହା ଭୋଗିଥିଲି

ଆଜି ସେ ସ୍ମୃତି।


ବୟସ ରେଭେନ୍ସା ଆୟୁଷକୁ ମାଗିଲି

ଗୋଟିଏ ପାଖୁଡା

କଅଁଳ ଖରାରେ ସେ ଗାଧୋଇ ଦେଲା

ଅଣନିଃଶ୍ଵାସୀ

ଧକ୍ ଧକ୍ ଶବ୍ଦ

ମୋତେ ନେଇ ଠିଆ କଲା

ଏଜୁକେସନ୍ ଡିପାର୍ଟମେଣ୍ଟ୍

ପି.ଏଲ୍.ଟି ପାଖେ

ସୂର୍ଯ୍ୟଘଡି ହସୁଥିଲା

ମୁର୍କି ମୁର୍କି।


ନାଲିଆ କୋଠା ଆଖି ମାଇଲା

ବେହୋସ୍ ବର୍ତ୍ତମାନ 

ଭିଡ଼ ଗହଳରୁ

ବ୍ୟସ୍ତ ହୋଇ ଖୋଜିଲା ଗୋଟେ 

ହସ୍କୁରି ମୁହଁ

ସେଇଟା ଥିଲା ସତେଜ ସକାଳ ପରି

ଦିଶୁଥିବା ତୋ ମୁହଁ।


ଆଖି ବୁଜି ପିଇଗଲି

ଦୂର ନିକଟ କେତେ ଚଢ଼େଇଙ୍କ

କିଚିରି ମିଚିରି ଶବ୍ଦ।


ତୁ ଆଉ ତୋ ମୁହଁ 

ଖୁବ୍ ବେଶୀ ମନ ପଡେ

ଜହ୍ନ ଯେତେବେଳେ ମୋ ଘର ଛପର ପରେ

କର ଲେଉଟାଏ

ତୋ ହସ ଦୋହଲାନ୍ତି ଛାତି

ଜୋକ୍ କରିବାରେ ଓସ୍ତାତ୍ ତୋ ଶବ୍ଦ ପଂକ୍ତି

ମୋତେ ମୋଠୁ ଛଡେଇ ନିଅନ୍ତି।


ବେଶୀ କଲବଲ କରେ ତୋ

ସୁନ୍ଦର ବେହେଡା ଦାନ୍ତ

ରୂପକୁ ତୋ କରେ ଦ୍ୱିଗୁଣିତ

 ତୋ ନାଆଁ ହେଉ

କି ସର୍ ନେମ୍

ତା ପ୍ରେମରେ ମୁଁ

ରେଭେନ୍ସାକୁ ପିଠି କରି

ଆସିଲି ସିନା

ମନଟି କିନ୍ତୁ ବନ୍ଧା ପଡିଛି

ତୋ ହୃଦୟ ବନ୍ଦୀଶାଳାରେ।।

 

ତୁ ମୋ ମନର ମିତ

ଖୁସି ସର୍ଗିଫୁଲ ପେନ୍ଥାଏ ମୋ ଜୀବନର

ହୁଏତ ତୁ ନାହୁଁ

ସଶରୀରେ

କିନ୍ତୁ ଅଛୁ ସୂକ୍ଷ୍ମ ଶରୀରରେ ମୋ ଭିତରେ

ଥିବୁ ସେମିତି

ବନ୍ଦ ସିନ୍ଦୁକରେ

ମୋ ସହ 

ଆଖି ବୁଜିଲେ ତୁ ଦିଶୁଥିବୁ

କାନ ତୋ ମହୁ ମିଶା କଥା ଶୁଣୁଥିବ

ମୋତେ ପୁଳେ ମିଠା ଦରଜ ଦେଇ

ଅସୁସ୍ଥ ଅସୁସ୍ଥ କରି।


ମିତ ରେ !

ତୋତେ ମୁଁ ରଖିଛି ଏଇ ଛାତି କତିରେ

ମଶାଣୀରେ ମୁଠେ ପାଉଁଶ

ହେବା ପର୍ଯ୍ୟନ୍ତ

ତୁ ଥିବୁ

ମୋ ସହ ମୋର ହୋଇ।



Rate this content
Log in

Similar oriya poem from Romance