STORYMIRROR

Amit Bal

Romance Tragedy Classics

3  

Amit Bal

Romance Tragedy Classics

ରାତିର ଜହ୍ନ

ରାତିର ଜହ୍ନ

1 min
275

ସେ ଥିଲା ମୋ ଜୀବନେ ରାତିର ଜହ୍ନ

       ପ୍ରତି ଥର ରାତିରେ ହିଁ ଆସୁଥିଲା,

ମନେ ନାହିଁ ମୋ ମନେ ଅନୁରାଗ ହୋଇ 

      କେବେ ସେ ଫୁଲ ପରି ଫୁଟି ଥିଲା ,


ଆଜି ବି ମୋ ଲାଗି ସେ ରାତିର ଜହ୍ନ

    ସୂର୍ଯ୍ୟାସ୍ତର ତୀରେ, ଆସେ ଧୀରେ ଧୀରେ

      ଅସୁମାରୀ ସ୍ମୃତିର ମ୍ଳାନ ପାଖୁଡ଼ାରେ ,

ଅଦୃଶ୍ୟ ଜୀବନର ପରିମିତି ଖୋଜି ବାକୁ

     ସ୍ବପ୍ନାଛନ୍ନ ସମୟର ନିରୋଳା ମୁହୂର୍ତ୍ତରେ ....


ତାକୁ ନେଇ ବାହାରେ ଅନେକ ପୀଡା

     ଭିତରେ କିନ୍ତୁ ଅଦ୍ଭୁତ ପ୍ରକାରର ପରିତୃପ୍ତି ,

ସେକଥା ,ଏ ଦିନ କେବେ ବୁଝି ପାରେନା

   ହଁ ବୁଝେ କେବଳ ଫଗୁଣର ଛନ୍ଦାୟିତ ରାତି ... !!

     


   


Rate this content
Log in

Similar oriya poem from Romance