ରାତିର ଜହ୍ନ
ରାତିର ଜହ୍ନ
ସେ ଥିଲା ମୋ ଜୀବନେ ରାତିର ଜହ୍ନ
ପ୍ରତି ଥର ରାତିରେ ହିଁ ଆସୁଥିଲା,
ମନେ ନାହିଁ ମୋ ମନେ ଅନୁରାଗ ହୋଇ
କେବେ ସେ ଫୁଲ ପରି ଫୁଟି ଥିଲା ,
ଆଜି ବି ମୋ ଲାଗି ସେ ରାତିର ଜହ୍ନ
ସୂର୍ଯ୍ୟାସ୍ତର ତୀରେ, ଆସେ ଧୀରେ ଧୀରେ
ଅସୁମାରୀ ସ୍ମୃତିର ମ୍ଳାନ ପାଖୁଡ଼ାରେ ,
ଅଦୃଶ୍ୟ ଜୀବନର ପରିମିତି ଖୋଜି ବାକୁ
ସ୍ବପ୍ନାଛନ୍ନ ସମୟର ନିରୋଳା ମୁହୂର୍ତ୍ତରେ ....
ତାକୁ ନେଇ ବାହାରେ ଅନେକ ପୀଡା
ଭିତରେ କିନ୍ତୁ ଅଦ୍ଭୁତ ପ୍ରକାରର ପରିତୃପ୍ତି ,
ସେକଥା ,ଏ ଦିନ କେବେ ବୁଝି ପାରେନା
ହଁ ବୁଝେ କେବଳ ଫଗୁଣର ଛନ୍ଦାୟିତ ରାତି ... !!

