STORYMIRROR

Dasarathi Sahu

Fantasy Others

3  

Dasarathi Sahu

Fantasy Others

ରାତି ସପନକୁ କରିଛି ସାଥି

ରାତି ସପନକୁ କରିଛି ସାଥି

1 min
4.4K


ପୂଜା ପାଇଁ ଲୋଡା ଫୁଲ ଦି’ପାଖୁଡା ଦୀପକୁ ଦେଉଳ ବେଢା

ସାଥୀ ବିନା ଆଖି ଦିଗହଜା ପକ୍ଷୀ ବାଟ ଆବଡା ଖାବଡା

ଆବଡା ଖାବଡା ଏମାନେ ଅତଡା ନିରାଶେ ଆଜି ରଗଡା

ଏ କ୍ରୁର କାହାଣୀ ଦେଉଛି ବଖାଣି କେମିତି ସେ ଅସଜଡା ।

ପୁନେଇଁ ରାତିର ଫର୍ଚ୍ଚା ଆଲୁଅର ମିଳନର ଗୀତ ଗାଇ

ପ୍ରେମର ମନ୍ଦିର ଗଢୁଥିଲୁ ଦୁହେଁ ସପନେ ବିଭୋର ହୋଇ

ବିଭୋରିତ ମନେ ବିଧିର ବିଧାନେ ସୁଖ ହେଲା ସାତପର

ସମ୍ପର୍କର ନାମ ଶେଫାଳି ସାଜିଲା ଶବ୍ଦରେ ମୁଁ ଯାଯାବର ।

ମୋ ମନ ମହାକାବ୍ୟେ ଶକୁନ୍ତଳା ଥିଲା ପିନ୍ଧି ସ୍ଵୀକୃତି ମୁଦି

ପରିବାର ପାଇଁ ପରାଣ ପ୍ରେୟସୀ ହେଲା କା ନଜରେ ବନ୍ଦୀ

ସୁନା ଝିଅ ସାଜି ସବାରୀ ଚଢିସେ ଚାଲିଗଲା ଶାଶୁଘର

ଜିଇଁଅଛି ଆହା ନାହିଁ ରାହା ସାହା ପିଇ ଯାତନା ଜହର ।

ନିରାଶ ନିମଗ୍ନେ ଦୁଃଖର ଦହନେ ଅପାଶୋରା ମୋର ପ୍ରୀତି

କୋହର କୋହଳ ନିମନ୍ତେ ରାତି ସପନକୁ କରିଛି ସାଥି ।

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in

Similar oriya poem from Fantasy