STORYMIRROR

Dasarathi Sahu

Others

2  

Dasarathi Sahu

Others

"ରବା" ମୋ ରାଜୁକୁ ଫେରେଇ ଦେ...

"ରବା" ମୋ ରାଜୁକୁ ଫେରେଇ ଦେ...

1 min
341


ସମୟ ଚକରେ ଏ ସଂସାର ରଥ

ଗଡି ଯାଉଛିରେ ମିତ

ଉଜୁଡା ସମ୍ପର୍କ ସଜାଡି ଦେବାକୁ

ମନ ଝୁରଇ ଅତୀତ

ଅତୀତଟା ସତେ ଅଣଲେଉଟାରେ

ତଥାପି ହୃଦୟେ ହେଜେ

ଦେଖିଯା ଥରେ ତୁ ତୋ ବିହୁନେ ମିତ

ଯାତନା ସାଙ୍ଗରେ ଯୁଝେ

କେତେ ମିଠା ଥିଲା ସେ ଦିନ କେଇଟା

କାହିଁକି ଏମିତି ହେଲା

ପ୍ରେମେ ପୂର୍ଣ୍ଣଛେଦ ବିବଶ ବିଷାଦ

ସମ୍ପର୍କେ ପଡିଲା ତାଲା

କାଣିଚାଏ ସ୍ନେହ ମୁଠାଏ ମମତା

ଆଞ୍ଜୁଳେ ଭଲ ପାଇବା

ଖୋଜୁଛି ବିକଳେ ମୁଁ ସଞ୍ଜ ସକାଳେ

ଆଉ କିସ ଲୋଡା ଅବା

କେତେ ପୂଣ୍ଯ ଫଳେ ପାଇଥିଲି ତୋତେ

ହାତ ପାଆନ୍ତାରେ ମୋର

ନିଜ ଭୂଲ୍ ପାଇଁ ଲୁହ ନଈଧାରେ

ତୋଳିଛି ନୂଆଁ ନଅର

ଯନ୍ତ୍ରଣାରେ ଜଳି କୋହରେ ହକାଳି

ଆଉ ପାରୁନାହିଁ ବଞ୍ଚି

ପ୍ରେମର ପିୟୁଷ ମୋ ପ୍ରିୟ ମଣିଷ

ଦେ ଆଶ୍ୱାସନା ଛିଞ୍ଚି

ମାନିଯା ମିତରେ ଜିଇଁ ପାରୁନାହିଁ

ଅସହାୟ ଅପବାଦେ

ତୁହି ନ ଶୁଣିଲେ "ରବା"କୁ କହିବି

ମୋ ରାଜୁକୁ ଫେରେଇ ଦେ...

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍