STORYMIRROR

Dasarathi Sahu

Others

3  

Dasarathi Sahu

Others

ରହ ରାଜକଳା ରାତି ରଇଜଳା

ରହ ରାଜକଳା ରାତି ରଇଜଳା

1 min
360


ଯାଉଛୁ କୁଆଡେ

ପାପର ଉହାଡେ

କଳଙ୍କ ଦେବେ ଲୋ ବୋଳି....!


ନିମିଷକେ ଝଡ

ଭାଙ୍ଗେ ଆଶା ନୀଡ

ହେବୁ ତୁ ଝରା ଶେଫାଳି....!!


ଝିଲିମିଲି ତାରା

ଝିଅର ଜୀବନି

ଅନ୍ଧାରେ ଜାଳେ ରୋଷଣୀ...!


କିଏ ସେ ବୁଝିବ

ରାହା ଯୋଗାଇବ

ଭରଷା ରଙ୍ଗ ଭିଆଣି...!!


କୁଢ କୁଢ ଏଠି

କଞ୍ଚା ମାଂସ ଲୋଭି

ଝୁଣି ଝୁଣି ଖାଇଯିବେ...!


ନାହିଁ ତାଙ୍କ ହିଆ

କେ ଭଉଣୀ ମାଆ

ମନେ ଜମା ନ ହେଜିବେ...!!


ପୁରୁଷ ପୁଙ୍ଗବ

ନାହିଁ ତାଙ୍କୁ ଲାଜ

ତୁ ପିନ୍ଧିଲେ ଜାମା ଛୋଟ ...!


ଅଜବ ଗୁଜବ

ଶବ୍ଦ ବରଷିବ

କହିବେ ଷଷ୍ଟରୁ ନଷ୍ଟ,..!!


ଜନ ସଚେତନ

ମିଛ ପ୍ରହସନ

ନାରୀକୁ ଦିଅ ସମ୍ମାନ....!


ଦିନ ଆଲୁଅରେ

ନିର୍ଲଜ ଏଠାରେ

ମାନେନା ବାଧା ବନ୍ଧନ...!!


କ୍ରୁରତା କୋଢେଇ

ଅବିବେକି ହୋଇ

ଝୁଣଇ ଅବଳା ଛାତି....!


କ୍ଷୁଦା ମେଣ୍ଟିଗଲେ

କହେ ଦୋଷି ନୁହଁ

ସମ୍ପର୍କ ପୁରୁଷ ପ୍ରକୃତି...!!


ଅଭାବନୀୟ ଏ

ଅାଖି ଦେଖା କଥା

ବେବିନା କୁନ୍ଦୁଲିି, ଇତି...!


କୋକୁଆ ଭୟରେ

ଧର୍ମ ଧିମୋଉଛି

ଛନକା ଭରା ଲୋ ଛାତି...!!


ଗାନ୍ଧି ରାମରାଜ୍ୟ

ଆଜି ଅସହଜ

ପୁରୁଷର କାମାତୁରେ...!


ନୁହେଁ ନିରାପଦ

ଭାଇ ପାଖେ ଭଗ୍ନି

ଏକବିଂଶ ଶତାବ୍ଦୀରେ...!!


ସୂର୍ଯ୍ୟ ଥିଲା ବେଳ

ବ୍ୟସ୍ତ କୋଳହାଳ

ରାତିରେ ଅଳସ ହାଇ....!


ସ୍ତୁପ୍ତ ସିହରଣେ

ଛପିଥିବା ମନ

ଶୁନ୍ ‐ଶାନେ ଉଠେ ଚେଇଁ...!!


ତୁହି କି ଜାଣୁନା

ଅଙ୍ଗେ ଲିଭିଲାଣି

ଅସହ୍ୟ ଯନ୍ତ୍ରଣା ଜ୍ୱାଳା...!


ନୁହେଁ ତୁ ଚଞ୍ଚଳ

ବୁଡିପାରେ ବେଳ

ଆଲୋ ଝିଅ ରାଜକଳା...!!


ଦିନ ଆଲୁଅରେ

ଦହଡି ଚାଲୁଥା

ମିଳିପାରେ ସୁଖଶାଳା...!


ବେଳ ବୁଡିଗଲେ

ବାହୁନି କାନ୍ଦିବୁ

ରାତି ଏଠି ରଇଜଳା....!!

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍