STORYMIRROR

Dasarathi Sahu

Others

2  

Dasarathi Sahu

Others

ମିତ ତୁ ମୋର ମନର

ମିତ ତୁ ମୋର ମନର

1 min
899


ମନ ମୁଲକର

ଛାତି ତଳ ଘରେ

ଦର ଆଉଜା କବାଟ...!


ରାଗ ଅଭିମାନ

ଦୂରକୁ ଫିଙ୍ଗି ଆ

ତୁ ମିତ ମୋର ନିଷ୍କପଟ...!!


ମୁଁ ସିନା କୃତଘ୍ନ

ତୁ ପ୍ରିୟ ଭାଜନ

ହାଏରେ ହୃଦୟ ରାଜା...!


ବଡପଣେ ତୋର

କୋଳେଇ ନେ ଥରେ

ତୋ ଋଣ ରହୁ ଅସୁଝା...!!


ତୁ ଗଲା ଦିନୁ

ତାଡନାରେ ତନୁ

ଓଠ ମୋର ହସୁନି ରେ...!


ଅବଶୋଷେ ଭରା

ଅନ୍ତର୍ଦାହ ମୋର

ଭିଜୁଛି ନୟନ ନୀରେ...!!


କେମିତି ଭୁଲିବି ?

ସେ ମିଠା ମୂହୁର୍ତ୍ତ

କୋରି ହୋଇଯାଏ ଛାତି...!


ସକାଳରୁ ସଞ୍ଜ

ନିତି ଦହଗଞ୍ଜ

କଡ ଲେଉଟାଏ ସ୍ମୂତି...!!


ଡେଣା କଟା ପକ୍ଷୀ

ଅନ୍ଧ, ଥାଇ ଆଖି

ନିତି ନିରାଶେ ନିମଗ୍ନ....!


ଆ...ପୁଣି ଫେରି

ବାନ୍ଧେ ସ୍ନେହ ଡୋରୀ

ତୁ ମୋର ସୁଖ ସିଞ୍ଚନ...!!


ଏତେ ପାଖେ ଥାଇ

ସାହାସ ଜୁଟେଇ

ପାରୁନି ବାହୁରେ ଭିଡି...!


ଜୀବନ ପହଁରେ

ଲୁହର ନଈରେ

ଦୁଃଖ ଆତଙ୍କର ଝଡି...!!


ତୁ ଫେରି ଆ...ରେ

ଫେରିବ ଫଗୁଣ

ଦୁଃଖ ଆପେ ଯିବ ଋଷି...!


ଓଠ ଧାରେ ହସ

ଥିବ ବାରମାସ

ସମ୍ପର୍କେ ସରାଗ ନେସୀ....!!


କରିଛି ଯା ପାପ

ଦେ ଅଭିଶାପ

ଲିଭୁ ମୋ ଜୀବନ ଦୀପ...!


ଚାହିଁଲେ ବି କାହିଁ

ପାରୁନି ଭୁଲେଇ

ମନୁ ଅଳ୍ପ ଦିନ ଗଳ୍ପ...!!


ଗଳପ ସିନା ଏ

ଅଳପ ଦିନର

ତଥାପି ଏ ମନ ଝୁରେ...!


ତୁ ବାସ୍ତବ ପ୍ରେମ

ଅଲିଭା ତୋ ନାମ

ହୃଦୟର ହସ୍ତାକ୍ଷରେ....!!


ମୋ ଆୟୁଷ ନେଇ

ରହିଥାରେ ଜିଇଁ

ମିତ ତୁ ମୋର ମନର...!


ମଙ୍ଗଳ ମନାସେ

ପ୍ରଭୁ ପାଦ ପଦ୍ମେ

ହସୁ ତୋ ଟିକି ସଂସାର....!!

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍