ମଣିଷ ସମୟର ଦାସ
ମଣିଷ ସମୟର ଦାସ
କାଲି କହୁଥିଲି ମିଠା ମିଠା କଥା
ଝରେଇ ସ୍ନେହ ମମତା
ବୁଝୁଛି ନିଶ୍ଚୟ ତୋ ମନ ଅଥୟ
ପରଖି ମୋ ନୀରବତା
ନୀରବି ଯାଇଛି ପାଦ ଅଟକିଚି
ପରିସ୍ଥିତି ପଙ୍କେ ବୋଲି
ଗୁମୁରି କାନ୍ଦୁଛି ମୁଁ ଲୋଟଣି ପାରା
କହି ପାରୁନାହିଁ ଖୋଲି
ସମ୍ପର୍କ ନିବିଡ ଦୁଃଖେ ଜଡସଡ
ସମୟର ସରୋବରେ
ନୀରବତା ପରେ ଘର ମୁଁ ତୋଳିଛି
ଲୁହ ନଈ ଧାରେ ଧାରେ
କଷିବୁନି ଧନ ଅଙ୍କ ଅଭିମାନ
ହୃଦେ ତୁ ଅଲିଭା ଚିହ୍ନ
ତୋ ଜୀବନେ ଆସୁ ହଜାରେ ପୁନେଁଇ
ମୁଁ ସିନା ଜହର ଜହ୍ନ
କେହି ଯଦି ତୋତେ ପଚାରେ କାରଣ
କାହିଁକି ସମ୍ପର୍କ ହ୍ରାସ
ନିରାଶ ନହୋଇ କହିବୁ ମଣିଷ
ଅଟେ ସମୟର ଦାସ
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
