STORYMIRROR

Dasarathi Sahu

Others

2  

Dasarathi Sahu

Others

ମଣିଷ ସମୟର ଦାସ

ମଣିଷ ସମୟର ଦାସ

1 min
474


କାଲି କହୁଥିଲି ମିଠା ମିଠା କଥା

ଝରେଇ ସ୍ନେହ ମମତା

ବୁଝୁଛି ନିଶ୍ଚୟ ତୋ ମନ ଅଥୟ

ପରଖି ମୋ ନୀରବତା

ନୀରବି ଯାଇଛି ପାଦ ଅଟକିଚି

ପରିସ୍ଥିତି ପଙ୍କେ ବୋଲି

ଗୁମୁରି କାନ୍ଦୁଛି ମୁଁ ଲୋଟଣି ପାରା

କହି ପାରୁନାହିଁ ଖୋଲି

ସମ୍ପର୍କ ନିବିଡ ଦୁଃଖେ ଜଡସଡ

ସମୟର ସରୋବରେ

ନୀରବତା ପରେ ଘର ମୁଁ ତୋଳିଛି

ଲୁହ ନଈ ଧାରେ ଧାରେ

କଷିବୁନି ଧନ ଅଙ୍କ ଅଭିମାନ

ହୃଦେ ତୁ ଅଲିଭା ଚିହ୍ନ

ତୋ ଜୀବନେ ଆସୁ ହଜାରେ ପୁନେଁଇ

ମୁଁ ସିନା ଜହର ଜହ୍ନ

କେହି ଯଦି ତୋତେ ପଚାରେ କାରଣ

କାହିଁକି ସମ୍ପର୍କ ହ୍ରାସ

ନିରାଶ ନହୋଇ କହିବୁ ମଣିଷ

ଅଟେ ସମୟର ଦାସ

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍