ଇସ୍କ୍ ପୁଣି ଥରେ
ଇସ୍କ୍ ପୁଣି ଥରେ
ଅସହାୟତାର ଅରଗଳିରେ ମୁଁ
କ୍ଷତ ବିକ୍ଷତ ବିହଙ୍ଗ
କ୍ଷତାକ୍ତେ ଲେପିଲ ମମତା ମଲମ
ସାଥୀ ତୁମେ ଅନ୍ତରଙ୍ଗ
ଅନ୍ତରଙ୍ଗ ତୁମେ ଅନନ୍ୟ ହୃଦୟ
ସମ୍ପର୍କର ସରୁନଈ
ମୂଲ୍ୟହୀନ ଥିଲି ମଲା ଶାମୁକା ମୁଁ
ବିଶ୍ୱାଷେ ଦେଲ ଭିଜେଇ
ଭିଜେଇଲ ସାଥୀ ବିଶ୍ୱାଷ ବର୍ଷାରେ
ସବୁ ଦିନ ଲାଗେ ହୋଲି
ପ୍ରତିଘାତ ପ୍ରାଣେ କେଉଁବି କାରଣେ
ଯିବନାହିଁ କେବେ ଭୂଲି
ଭୁଲି ପାରୁନାହିଁ ପ୍ରଥମ ପ୍ରେମକୁ
ଓଠୁ ପଡୁଥିଲା ଝରି
ତୁମ ଆଗମନେ ମୋ ମନ ମୁହାଣେ
ମଥାପିଟେ ସୁଖ ଲହରୀ
ଲହରୀ ଆସଇ ରହି ରହି ସିନା
ତୁମେ ପ୍ରତି ମୂହୁର୍ତ୍ତରେ
ମୋ ଜୀବନ ପାଇଁ ଦାମୀ ଦରବହେ
ଥାଅ ମନ ପଞ୍ଜୁରୀରେ
କୁହୁଳିଲା ମନ କଅଁଳି ଉଠିଛି
ଝରା ବଉଳରେ ବାସ
ତୁମ ସାଥେ ବିତୁ ମୋ ବାକି ବୟଷ
ଥିବା ଯାଏଁ ମୋ ନିଶ୍ୱାଷ
ଉଲୁରି ଥିଲା ମୋ ମନର ଚାଳିଆ
ପ୍ରତାରଣା ପବନରେ
ଦଲକାଏ ତୁମ ଦରଦ ସାଥୀ ହେ
ଭିନ୍ନ ଉନ୍ମାଦନା ଭରେ
ମିତ ମୋ କାଳିଆ ମାନିଗଲା ହିଆ
ତୁ ନୀରିହ ନିଆରାରେ
ମନ ତଳୁ କେହି କାନେ କହିଯାଏ
ଇସ୍କ୍ ହେଇଛି ପୁଣିଥରେ
ଦାଶରଥି ସାହୁ
କଳମ୍ବ/ଗଜାଂମ

