STORYMIRROR

Dasarathi Sahu

Inspirational

3  

Dasarathi Sahu

Inspirational

ନୂତନ ବର୍ଷର ସ୍ୱାଗତ ସମ୍ଭାର

ନୂତନ ବର୍ଷର ସ୍ୱାଗତ ସମ୍ଭାର

1 min
237


ଏ ନୂଆ ବରଷ ଆଣିଛି ହରଷ

ମନେ ବୁଣି ସମ୍ଭାବନା

ଆସ ଥରେ ସାଥୀ ବାଣ୍ଟିଯିବା ପ୍ରୀତି

ଭରି ନୂଆ ଉନ୍ମାଦନା

ଶୀତଳ ସମୀରେ ସୁବାସ ବିତରେ

ନବ ପ୍ରସ୍ଫୁିଟିତ କଳି

ଉଡେ ମୃଦୁ ହାସେ ମଧୁପାନ ଆଶେ

ବ୍ୟସ୍ତେ ସମ୍ମୋହିତ ଅଳି

ବହେ ପ୍ରେମ ସିନ୍ଧୁ. ଚାଖି ନେ ବନ୍ଧୁ

ଅନନ୍ୟ ପୀୟୂଷ ଝର

ଆପଣା ପଣରେ ବାନ୍ଧି ତୁ ଦେଏରେ

ବଢାଇ ପ୍ରେମର ଡୋର

ବିଗତରେ ଯେବେ ହାରିଥିଲୁ କେବେ

ଭୁଲି ଯା'ରେ ସେଇ କଥା

ନୂତନ ଆଶାର ଲାଲିମା ଉଷାର

ଦେଖି ଭୁଲିଯିବୁ ବ୍ୟଥା

ମାହେନ୍ଦ୍ର ବେଳରେ ସମୟ ଖେଳରେ

ବରଷ ଆସିଛି ଧାଇଁ

ଅବଶୋଷ ତୋର କରିବାକୁ ଦୂର

ପୂତ ଜଳେ ଦେବ ଧୋଇ

ସ୍ବାଗତ ସଂଭାର ଆଦ୍ୟ ଉପଚାର

ସଜାଡି ରଖିଥା ବସି

ଦିବ୍ୟ ଭାବନାରେ ମିଳି ପରସ୍ପରେ

ବନ୍ଦାଇବା ହସି ହସି ।

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational