STORYMIRROR

Dasarathi Sahu

Others

3  

Dasarathi Sahu

Others

ଅଠରେ ଅନ୍ତିମ କବିତା

ଅଠରେ ଅନ୍ତିମ କବିତା

1 min
300


ମୁଖ ପୁସ୍ତକରେ କେତେ ଜ୍ଞାନୀ ଗୁଣି

ସୀମାହୀନ ସର୍ବେ ସିନ୍ଧୁ

ସେହି ସିନ୍ଧୁ କୋଳେ ନିଜକୁ ହକାଳେ

ବୁଦ୍ଧି ବିବେକେ ମୁଁ ବିନ୍ଦୁ

ବିନ୍ଦୁଟିଏ ହୋଇ ରହିବାକୁ ଚାହେଁ

ସବୁ ମନ ସରୋବରେ

ଜଣା ଅଜଣାରେ ଦେଇଥିଲେ ଦୁଃଖ

କ୍ଷମା କରିଦେବେ ବାରେ

କେହି ବାପା ମାଆ ବନ୍ଧୁତାର ହିଆ

କେହି ମୋ ଭଉଣୀ ଭାଇ

ଅଜ୍ଞାନ ଅନ୍ଧାରେ ଜ୍ଞାନ ଦୀପ ଜାଳି

ଦେଇଛ ବାଟ ବତେଇ

ଶିଖି ଶିଖେଇବା ସୂତ୍ରକୁ ଆଦରି

ପାଦ ମୋର ଥାପି ଥିଲି

ତାରା ଖୋଜୁ ଖୋଜୁ ହାତ ପାଆନ୍ତାରେ

ଆକାଶ ମୁଁ ପାଇଗଲି

ଏତେ ସ୍ନେହ ଶ୍ରଦ୍ଧା ପାଇଛି ଏଇଠୁ

ମନେ ରହିବ ନିଶ୍ଚୟ

ପ୍ରଭୁ ପାଦେ ଅଳି ହସ ଖୁସି ଢାଳି

ଦିଅନ୍ତୁ ସଭିଙ୍କୁ ଅଭୟ

ଲେଖନୀ ନିମନ୍ତେ ଅଜସ୍ର ଉତ୍ସାହ

ଦେଉଥାନ୍ତୁ ମତଦାତା

ମୁହିଁ ଦାଶରଥି ଅନ୍ତରୁ ପ୍ରଣତି

ଅଠରେ ଅନ୍ତିମ କବିତା

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in