STORYMIRROR

Dasarathi Sahu

Comedy Romance

3  

Dasarathi Sahu

Comedy Romance

ଅଜବ ଅଜାର ଗଜବ ଲଭ

ଅଜବ ଅଜାର ଗଜବ ଲଭ

1 min
519


ଶ୍ରୀଯୁକ୍ତା ନାତୁଣୀ ରୂପକୁ ଭିଆଣି

କଲୁଣି ମୋତେ ବାତେରା

ଚତୁଃବର୍ଷେ ପାଦ ଘେନ ଆଶ୍ରୀବାଦ

ମୁଁ ଆଶିକ୍ ତୋ ଆୱାରା

ନାଲି ଗୁଲୁ ଗୁଲୁ ଗୋଲାପୀ ଓଠୁ ତୋ

ଝରୁଥାଉ ସଦା ହସ

ମୋ ପାଚିଲା ବେଲ କରିବି ଲୋ ଗେଲ

ଛୁଉଁ ବେଗି ଦୁଷ୍ଟ ବୟସ

ଛୁଉଁଲୋ ସଅଳ ବୟଷ ଷୋହଳ

ତୋତେ ମୋ କାକୁଡି କଷି

ଅଢେଇ ଅକ୍ଷର ମାଖିବି ଜବର

ହବୁ ମୋ ମନ ମାନସୀ

ମୋ କଷି କନିଆଁ ତୋ ରୂପେ କିମିଆଁ

ମନ ହୁଏ କୁତୁ କୁତୁ

ହୁଏ ବେପରୁଆ ହଙ୍କ ହଙ୍କ ହିଆ

ଏ ବୟସେ ପ୍ରେମ ଋତୁ

ମୁହିଁ ବୁଢା ବର ନସର ଫସର

ହେଉଅଛି ଅଣାବଣା

ବିଡି ଖିଆ ଖର୍ଚ୍ଚୁ ବଞ୍ଚେଇ ରଖିଛି

କିଣିଦେବି ନାକ ଗୁଣା

ରଖିଅଛି କିଣି ମୋ କଷି ନାତୁଣୀ

ସ୍କ୍ରିନ୍ ଟଚ ମୋବାଇଲି

ଜମେଇବା ଗପ ଓନ୍ଲି ୱାଟସପ୍

ଦେହ ହବ ସିଲି ସିଲି

ତୁ କଷି ଲଭର ମୁଁ ବୁଢା ନାଗର

କୃଷ୍ଣ ରାଧା ହେବା କୁଞ୍ଜେ

ଏ କାହାଣୀ ନିୟୁ ହବ ଭଲ ଭିୟୁ

ଆ କିଇନ୍ଦି ନାଗିଅ ଯେ

କରିବୁନି ମନା ଏ ସାରା ଜମାନା

ପେରେମରେ ମଜ୍ଜିଯିବ

ଅଜବ ଗଜବ ମୋର ଏଇ ଲଭ୍

ଡିବି ଡିବି ବାଜୁଥିବ ।

ଦାଶରଥି ସାହୁ

କଳମ୍ବ /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy