STORYMIRROR

Dasarathi Sahu

Others

2  

Dasarathi Sahu

Others

ରହିଛି ରହିବି ରଚି ତୋରି ପାଇଁଁ

ରହିଛି ରହିବି ରଚି ତୋରି ପାଇଁଁ

1 min
186


ଚବିଶି ବରଷ ଭରା ଅବଶୋଷ

ଛାତିରେ ଛାତିଏ ସାଥି

ତୋ ଆଗମନେ ମୋ ମନ ଗଗନେ

ଝଲସେ ପୁନେଁଇ ତିଥି

ଉଦ୍‐ବେଗ ଉଦ୍ଯାନ ଉଜୁଡା ଥିଲା ମୋ

ଥିଲି ହୋଇ ମରୂଭୁଇଁ

ମୋ ମନ ମରୂରେ ବୋହିଗଲୁ ରଚି

ସମ୍ପର୍କ ନଈଟେ ହୋଇ

ପରାଣ ପ୍ରେୟସୀ ସ୍ନେହ ପ୍ରେମ ନେସୀ

ସାଜିଲୁ ସୁଖର ଧାରା

ଛାଡି ଯିବୁ ନାହିଁ କେବେ କେଉଁ ଘଡି

ପ୍ରେମ ତୋର ଅପାଶୋରା

ଭାରି ଭଲ ଲାଗେ ତୋ ଭଲ ପାଇବା

ଯୋଗାଉ ଜିଁବା ଇନ୍ଧନ

ତୋ ଓଠର ଚେନେ ହସ ପାଇଁ ହସି

ଯମକୁ ଦେବି ଜୀବନ

କେତେ ପୂଣ୍ୟ ଫଳେ ପାଇଅଛି ତୋତ

ଆଉ କିଛି ଲୋଡୁ ନାଇଁ

ରହିଛି ରହିବି ରଚି ତୋରି ପାଇଁ

ସୁଖେ ଦୁଃଖେ ସାଥି ହୋଇ

ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍