ମାଗୁନାହିଁଁ ବଇଭବ
ମାଗୁନାହିଁଁ ବଇଭବ
1 min
226
.ହୃଦୟର ଡାକ ଲକ୍ଷେ ଯୋଜନକୁ
ଶୁଭେ ଏହି କଥା ସତ
ଡାକି ଡାକି ପ୍ରଭୁ ଶୁଖିଲାଣି ତଣ୍ଟି
ଶୁଣ ନାହିଁ କାହିଁ ନାଥ
ମହଣ ମହଣ ସୁନା ମାଗୁନି ହେ
ମାଗୁନାହିଁ ବଇଭବ
ବଖରେ ଘରକୁ ଆୟୁଷ ନିଅଣ୍ଟ
ଢାଳି ଦିଅ କୃପା ତବ
ଦୁଃଖର ବହଳ କର୍ତ୍ତବ୍ୟ କୋହଳ
ପ୍ରଭୁ ବୟସର ସଞ୍ଜେ
ଆଉ କେତେ ଦିନ ଜୀଇଁବ ଜୀବନ
ଦୁର୍ଦିନ ଓ ଦହଗଞ୍ଜେ
ନିର୍ବାଣ ନିମନ୍ତେ ନ୍ୟାୟ ନିର୍ଣ୍ଣୟକ
ଆତୁର ମୋ ପ୍ରାଣ ପକ୍ଷୀ
କୋକେଇରେ ଦିଅ ବେଗି ନାଆଁ ଲେଖି
ଆହେ ପ୍ରଭୁ ଚକାଆଖି
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
