ରାତି ପାହିଲାଣି
ରାତି ପାହିଲାଣି
ରାତି ପାହିଲାଣି କୁଆ ରାବିଲାଣି ଉଇଁ ଲେଣି ଦୀନମଣି ରାତ୍ରର ଅନ୍ଧାର ଦୂର ହୋଇ ଲାଣି ପ୍ରକୃତି ମନୋଜ୍ଞ ହେଲାଣି। ନୀଡ଼ ତେଜି ଲେଣି ବିହଙ୍ଗ ସକଳ ଖାଦ୍ୟ ଅନ୍ୱେଷଣ ପାଇଁ ସର୍ବେ ନିଜ ନିଜ କର୍ତ୍ତବ୍ୟ କରମେ ଶୁଭ ବୋଲି ବାଛି ଥାଇଁ। ବନ ଉପବନେ ନାନା କିସମର ପୁଷ୍ପ ହୁଏ ପ୍ରସ୍ପୁଡିତ ପଦ୍ମ ବନେ ପଦ୍ମ ବିଭୂଷଣ ହୋଇ ମୋହି ଦିଏ ସର୍ବ ଚିତ୍ତ। ଗୋଟିଏ ସୂରୁଜ ଆକାଶେ ରାଜୁତି ଶକତିର ମୂଳାଧାର ସାସାଗରା ଧରା ପାଳନରେ ବ୍ରତୀ ଏହା ସତ୍ୟ ବିଶ୍ବାସର। ନିତି ଦେଖୁଥିବା ଏହି କାର୍ଯ୍ୟ ମାନ ମନେ ଆଣେ ଭାବାନ୍ତର ଜଗନ୍ନାଥ ସ୍ଵାମୀ ସଂସାର ପାଳନ୍ତି ପୂଜିବା ନିତି ପୟର।
