STORYMIRROR

subrat kumar jena

Abstract

2  

subrat kumar jena

Abstract

ରାତି କରେ ଅଭିମାନ

ରାତି କରେ ଅଭିମାନ

1 min
124

କାଳେ କିଏ ଭାଙ୍ଗିଦେଵ ତା ସ୍ୱାଭିମାନ.

କିଏ ଜୋରକରି ଛଡ଼ାଇ ନେବ ସ୍ଵପ୍ନକୁ ତା କୋଳରୁ,

ଆଉ ବାଧ୍ୟ ବାଧକତାରେ ହାତରେ ଧରାଇଦେଵ ,

କଠିନ ପରିଶ୍ରମ କରିବାର ଧମକ,

ଆରାମ ଦାୟକ ଶେଜ ବଦଳରେ,

କଳ କବଜାର ଘର ଘର କର୍କଶ ସ୍ୱର,

ଯୋଉଠି ରାତ୍ରିର ପ୍ରିୟ ମଣିଷ ଭୁଲିଯିବ ନିଦକୁ,

ଲାଗିପଡିବ ନିରନ୍ତର ଟଙ୍କା ରୋଜଗାରରେ.

ରାତ୍ରି ଆଜି ଚିନ୍ତାରେ ଏଇ ଗୋଟିଏ ଚିନ୍ତାରେ,

ଯଦି କାହା ଜୀବନରେ ସ୍ବପ୍ନ ନ ରହିବ,

କେମିତି ରଙ୍ଗୀନ ରଙ୍ଗୀନ ହେବ ଜୀବନ.

ସମସ୍ତେତ ନିନ୍ଦା କରନ୍ତି ରାତ୍ରୀକୁ କେତେ କଣ କହି,

କିଏ କହେ ଚୋରର ସାଥି,କିଏ ପୁଣି ପାପର ମୁହୂର୍ତ୍ତ,

ହେଲେ ରାତିଯେ କଣ କରିବ,

ବରଂ ଚୁପ ରହିଯାଏ ନିଜ ଅନ୍ଧାରରେ ନିଜ ମୁହଁକୁ ଲୁଚାଇ,

କାଳେ କିଏ ଚିହ୍ନି ନେବ ତାକୁ ,କରିଦେବ କାଳେ ଜେରା,

କେତେ ସବୁ ତା ନାମରେ ଥିବା କଳଙ୍କକୁ.

ବିଚାର ଚାଲିବ ଆଜି ଭଳି ଲମ୍ବା ସମୟ ନୁହଁ,

ଖୁବ ଶୀଘ୍ର ଶୀଘ୍ର ଫାଷ୍ଟ ଟ୍ରାକ କୋଟରେ,

ହେଲେ ରାତି ଲାଗି ନଥିବ କେହି ମହକିଲ,

କି କେଇ ସାକ୍ଷୀ ,ପିଆଦା...ଆଉ ଆସିବ କେଶର ଫଇସାଲା,

ସେଇ ଚିହ୍ନା ଚିହ୍ନା ଲାଗୁଥିବା ମୋଟା ଲୋକଟିର ଆଦେଶରେ,

ଅଡର..ଅଡର...ଅଡ଼ର,କାଳେ ଦେଇ ଦେବ ସଜା ମର୍ତ୍ୟୁଦଣ୍ଡର,

ନିର୍ଦୟ ସୂର୍ଯ୍ୟଟା ଆସିବ ଆଉ ପିନ୍ଧାଇଦେଵ ଫାସିର ଦୌଡିକୁ

ବିଚରା ରାତିଟାର ହୋଇଯିବ ଦିନ ଅନ୍ତିମ ସମୟର

କେହି କିଛି ବୁଝିବା ଆଗରୁ ,କେହି କିଛି ଶୁଣି ଦେଖିବା ଆଗରୁ,

ରାତି ହଜିସାରିଥିବ ଏମିତି ନିତି ସୂର୍ଯ୍ୟର ଉଜ୍ଜଳ କୋଳରେ,

ଆଉ ଗୋଟେ ଜନ୍ମର ପ୍ରତିକ୍ଷାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract