STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Action

3  

ନାୟକ ଅକ୍ଷୟ ରାଜହସ୍ତୀ

Action

ରାତି ଜଗୁଆଳି

ରାତି ଜଗୁଆଳି

1 min
11.7K

ସ୍ଵପ୍ନ ରାଜିକୁ ଖଣ୍ଡେ ରୁମାଲ୍ରେ ଗଣ୍ଠି ପକେଇ

ରାତିର କିଟିମିଟି ଅନ୍ଧାର ଭିତରେ କରୁଥାଏ

ଜୀବନ ଜୀବିକାର ଦଳା ଚକଟା l


କାମନାର ରଣା ସାପ ନିତି ହୁଏ ବାଟ ବଣl

ଚଳ ଚଞ୍ଚଳ ମନ ସହର

ଗାଢ଼ ନିଦରେ ଶୋଇ ଗଲା ପରେ l


ଖାଲି ଯାହା ଶୁଭୁ ଥାଏ ବିକଟାଳ ସ୍ଵର

ପେଚା, ଉଲୁକ, ଶିଆଳ ପରି ରାତ୍ରି ଚର ଜୀବର l


ନିସଙ୍ଗ ବେଳାରେ ସାଥୀ ଥାଏ କେବଳ

ବୁଲା କୁକୁରଙ୍କ ଭୋ ଭୋ କର୍ଣ୍ଣ କଟୁ ଧ୍ୱନି

ଚକା ଭଉଁରୀ ଭିତରେ ଖୋଜୁ ଥାଏ ବିରହୀ ମନ ଚକୋର

ନିଜର ଚକୋରି କୁ ତୁହାକୁ ତୁହା କାନ୍ଦି କାନ୍ଦି l


ରାଜା ହରିଶ୍ଚନ୍ଦ୍ରର ଉତ୍ତର ଦାୟାଦ ପରି

ଦୁଃଖ ସୁଖର ସ୍ତ୍ରୀ ଓ ପୁତ୍ରକୁ

ଦାହ କରେ ପାଖରେ ପଡିଥିବା ଅଳିଆ ଗଦାରେ

ପାଏ ଟିକିଏ ଉଷୁମ ତାତି

ତଥାପି ଖୋଜେ ମନଟିଏ ହୃଦୟ ଟିଏ

ଖୋଜି ଖୋଜି ନୟାନ୍ତ ହୁଏ

କିନ୍ତୁ ପାଏନା ସେ

ନିଝୁମ୍ ରାତି ରେ ପ୍ରୀତି ଚୈତାଳି

ହୁଇସିଲ୍ ଶବ୍ଦ ରେ ଦେଉଥାଏ ରତି ଜଳାଞ୍ଜଳି

ନିସ୍ତବ୍ଧ ଇଲାକାରେ ଏକାକୀ ରାତି ଜଗୁଆଳି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action