STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ରାମ ରାଜ୍ୟ

ରାମ ରାଜ୍ୟ

1 min
184


ହିନ ବୁଦ୍ଧିରେ ଅବୁଝା ରହିଯାଅ 

ଦୂର ଦୃଷ୍ଟି କାହିଁ 

ଦେଖିବାକୁ ତୁମ ବିଶ୍ଵରୂପ

ଅଜ୍ଞାନତା ବଳୟ ଭିତରେ ଆବଦ୍ଧ 

ଆଲୋକ ସନ୍ଧାନ ମରୀଚିକା 

ପୁଳାଏ ବାସନା ଆଉ କାମନା 

ପତଙ୍ଗଟି ଡ଼ିଏଁ ଦେଖି ନିଆଁ ।

ତୁମେ ରାମାୟଣ ମହାପୁରାଣ

ମର୍ଯ୍ୟାଦା ପୁରୁଷୋତ୍ତମ

ତୁମେ ସଂସାରୀ ଆମ ପରି

ତୁମ ପତ୍ନୀ ହରଣ କରି 

ରାବଣ ମାନଙ୍କ ପ୍ରତାପ ଆଜିବି,

ରାମ ରାଜ୍ୟ ନାରେ ଆତତାଇଙ୍କ

ଗଣତନ୍ତ୍ର ସତ୍ତାର ଅଧୀନ 

ଏହି ନାଟକର ଯବନିକା ନାହିଁ।

ସଂଜମ ଓ ଧର୍ଯ୍ୟ 

ହନୁମାନ ଓ ବିଭୂଷଣ

ତୁମକୁ ଈଶ୍ୱର ମାନିଲେ ,

ଲକ୍ଷ୍ମଣ ତୁମ ସାଙ୍ଗେ 

ଭାତୃତ୍ୱ ପରିଚୟ ଦେଲେ 

ଆଜି ସେଇ ବିରଳ ଦୃଶ୍ୟ 

ଅବିକଳ ପୁଜା ମଣ୍ଡପରେ ସୀମିତ 

ରାମ ଲକ୍ଷ୍ମଣ ସୀତା 

କପି ହୁଏତ ଆମ ଆରାଧ୍ୟ।

ଆମ ପରି ଆପଣବି 

ପିତା ମାତା ଘର ସଂସାର ଥିଲା

ଜୀବନ ସଂଗ୍ରାମ ଅନ୍ୟ ପକ୍ଷେ 

ନିଶାପି କୁଳକର୍ଣି 

ମରା ମରା କହି

ରତ୍ନାକର ବାଲ୍ମୀକି 

ଏଠି କୂପ ମଣ୍ଡୁକ କୃଷ୍ଣ ସର୍ପ କାହାଣୀ 

ଆପଣ ମାନେ ଖୁସିତ

ମୁଁ ଖୁସି ଅଛି 

 ଆମ ରାମରାଜ୍ୟ ।


Rate this content
Log in

Similar oriya poem from Action