ରାକ୍ଷୀ
ରାକ୍ଷୀ

1 min

425
ଆସିଲାରେ ରାକ୍ଷୀ ପୁନେଇଁ
କୁନି ଭଉଣୀଟି କୁନା ଭାଇ ହାତେ
ରାକ୍ଷୀ ଟିଏ ଦେବ ପିନ୍ଧେଇ ।।
ଭାଇ ଲାଗି ଶୁଭ ମନାସି
ହସ ହସ ମୁହେଁ ରାକ୍ଷୀ ଟିଏ ବାନ୍ଧି
ସେନେହ ଦିଅଇ ପରଶି ।।
ଡୋରି ମାତ୍ର ଇଏ ନୁହଇ
ବିପଦେ ଆପଦେ ସୁରକ୍ଷା କବଚ
ହାତେ ଥିଲେ ବନ୍ଧା ହୋଇ ।।
ଭାଇ ଭଉଣୀର ବନ୍ଧନ
ଅତୁଟ ହୋଇକି ଏ ସେନେହ ଡୋରି
ରହିଥାଉ ଚିରଦିନ ।।
ଭାଇ ବି ହାରି ନ ଯାଉ
ରାକ୍ଷୀର କରଜ ସୁଝି ଦେବା ପାଇଁ
ସିଏ ବି ଜାଗ୍ରତ ଥାଉ ।।
ତେବେ ତ ରହିବ ଟେକ
ଭାଇ ଠାରେ ସିନା ଭଉଣୀ ଭରଷା
ଏହା ତ କହିବେ ଲୋକ ।।