STORYMIRROR

DEEPAK KUMAR PATRA

Children

3  

DEEPAK KUMAR PATRA

Children

ରାକ୍ଷୀ

ରାକ୍ଷୀ

1 min
414

ଆସିଲାରେ ରାକ୍ଷୀ ପୁନେଇଁ

କୁନି ଭଉଣୀଟି କୁନା ଭାଇ ହାତେ

ରାକ୍ଷୀ ଟିଏ ଦେବ ପିନ୍ଧେଇ ।।

ଭାଇ ଲାଗି ଶୁଭ ମନାସି

ହସ ହସ ମୁହେଁ ରାକ୍ଷୀ ଟିଏ ବାନ୍ଧି

ସେନେହ ଦିଅଇ ପରଶି ।।

ଡୋରି ମାତ୍ର ଇଏ ନୁହଇ

ବିପଦେ ଆପଦେ ସୁରକ୍ଷା କବଚ

ହାତେ ଥିଲେ ବନ୍ଧା ହୋଇ ।।

ଭାଇ ଭଉଣୀର ବନ୍ଧନ

ଅତୁଟ ହୋଇକି ଏ ସେନେହ ଡୋରି

ରହିଥାଉ ଚିରଦିନ ।।

ଭାଇ ବି ହାରି ନ ଯାଉ

ରାକ୍ଷୀର କରଜ ସୁଝି ଦେବା ପାଇଁ

ସିଏ ବି ଜାଗ୍ରତ ଥାଉ ।।

ତେବେ ତ ରହିବ ଟେକ

ଭାଇ ଠାରେ ସିନା ଭଉଣୀ ଭରଷା

ଏହା ତ କହିବେ ଲୋକ ।।



Rate this content
Log in

Similar oriya poem from Children