STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

ରାକ୍ଷୀ ପୂର୍ଣ୍ଣମୀ

ରାକ୍ଷୀ ପୂର୍ଣ୍ଣମୀ

1 min
32


କର ନାହିଁ ମନ   ଉଣାରେ ଭଉଣୀ

    ଆଜି ତ ରାକ୍ଷୀ ପୂର୍ଣ୍ଣମୀ

ଅଦ୍ଯ ଦିବସରେ   ସାକ୍ଷୀ ମହାପ୍ରଭୁ

    ହେବନି କେବେ ଅକାମି ।୧।


ଭାଇ ଭଉଣୀର  ପବିତ୍ର ବନ୍ଧନ

    ଏତ ନୁହେଁ ଖେଳ ଘର

କେମିତି ସେନେହ  ଦେବି ଆପଣଙ୍କୁ

   ରହିଲି ଅନେକ ଦୂର ।୨।


ନାଟକ ରଚିଲେ   ମହାପ୍ରଭୁ ଆଜି

     କରିଲେ ସଭିଙ୍କୁ ପର

ନିଜ ହାତେ ରାକ୍ଷୀ  ବାନ୍ଧି ମହାପ୍ରଭୁ

    ଭରିଲେ ଆଖିରେ ନୀର ।୩।


ଧନ୍ଯ ମହାପ୍ରଭୁ   ମହିମା ତୁମ୍ଭର

    ଅଟେ ଅନନ୍ତ ଅପାର

ଯୁଗ ଯୁଗ ପାଇଁ  ଆପଣଙ୍କ ରାକ୍ଷୀ 

   ରହିବ ହୃଦୟେ ମୋର ।୪।


ଦୂରରୁ ଦେଉଛି ଆଶୀର୍ବାଦ ମୁଁ ଯେ

    ବୁଝାଇ ଦେବେ ମନକୁ

ଚଲାପଥ ତୁମ୍ଭ  ହେଉ କୁସୁମିତ

   ଡାକୁଛି ଆଜି ପ୍ରଭୁଙ୍କୁ ।୫।




Rate this content
Log in

Similar oriya poem from Abstract