STORYMIRROR

Krushnapriya Mohapatra

Tragedy Classics Others

3  

Krushnapriya Mohapatra

Tragedy Classics Others

ରାଇ କିଶୋରୀ

ରାଇ କିଶୋରୀ

1 min
207

ବିଶାଖାଙ୍କୁ ଦେଖି କହନ୍ତି ରାଇ ,

ବିରହ ବେଦନା ଅସହ୍ୟ ହେଲାଣି 

କାହ୍ନୁ ବିନା ଆଉ ବଞ୍ଚିନୁହଁଇ। ସଖି ଗୋ,

କଳା କାହ୍ନୁ ଯେବେ ମଥୁରା ଗଲେ,

ପ୍ରାଣମୋର ନେଇ ଚାଲିଗଲେ ସିଏ

 ଶରୀର ମୋ ଏଠି ରହିଛି ଭଲେ।ସଖି ଗୋ।

ନିତି ଆସୁଛନ୍ତି ସପନେ ସେହି ,

ନୟନେ ଦେଖିବା ଭାଗ୍ୟେ ଲେଖାନାହିଁ,

ଲୋତକ ବାଧକ ପଲକେ ଯହିଁ।ସଖି ଗୋ।

ମୁରଲୀ ମୋହନ ସୁନ୍ଦର ତନୁ

ଝୁରି ମରି ଯିବି ସେ ଶୋଭା ଶିରୀକି ,

ନଟ କୁଟ ପ୍ରୀତି ଭୁଲେ କି ମନୁ।ସଖି ଗୋ।

ପୀତବସନ ତା କଟିରେ ଶୋଭେ ।

ପାଦରେ ନୂପୁର ,ରୁଣୁ ଝୁଣୁ ବାଜେ,

ଚନ୍ଦନ ତୁଳସୀ ମହକି ବାସେ।ସଖି ଗୋ।

ସତ ହୋଇବ କି ଏଇ ସପନ 

କଳା କାହ୍ନୁ ମୋର ଆସିବେ ଲେଉଟି

ରାସ ରଚିବାକୁ ଶ୍ରୀ ବୃନ୍ଦାବନ।ସଖି ଗୋ।

କହନ୍ତି ବିଶାଖା ରାଇ ଙ୍କୁ ହସି

କଳାକାହ୍ନୁ ର ତୁ ଅଟୁ ଯେ ଆରାଧ୍ୟା 

ଆହ୍ଲାଦିନୀ ଶକ୍ତି ତାଙ୍କ ପ୍ରେୟସି ସଖି ଗୋ

ରାଇ ବିନୋଦିନୀ ତୁ ଯେ ବିଦେହି

ଜୀବ ତୁହି ସିଏ ପରମ ପୁରୁଷ

ନିତ୍ୟ ବୃନ୍ଦାବନେ ରାସ ରଚଇ ସଖି ଗୋ।

ଜଗତ ଜାଣଇ ତୁ ବିରହିଣୀ ,

ନ ଜାଣେ କେ ତୁହି ମାୟା ମୋହିନୀ

ରାଇ କିଶୋର ଯେ ଅଭିନ୍ନଦେହି ସଖି ଗୋ


   

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy