ପୂର୍ଣମୀର ଚାନ୍ଦ
ପୂର୍ଣମୀର ଚାନ୍ଦ
ସୁଦୂର ପଲ୍ଳିର ଅନ୍ଧାର ଗଳିରୁ
ତାକୁ ସେ ଉଦ୍ଧାର କରିଥିଲେ l
ବଞ୍ଚିବା ମରିବା ସମାନ ତା ପାଇଁ
ସୁକୁ ସୁକୁ ସେ ତ ହେଉଥିଲା l
ଚିରା ବସ୍ତ୍ର ପରିହିତା କଙ୍କାଳ ସାରକୁ
ଭାବୁଥିଲେ କିପରି ଆଶ୍ରୟ ଦେବେ ତାକୁ l
ନିଜ ହାତ ଗଢା ଆଶ୍ରମକୁ ତାକୁ ଟେକି ଆଣି
ଝାଉଁଳି ପଡିଥିବା ଏ ବୃକ୍ଷ ଡ଼ାଳେ ସିଁଚିଲେ ସେ ପାଣି l
ବିଶ୍ଵାସ ନଥିଲା ଏଇ ଶୁଷ୍କ ଡାଳ ଦିଶିବ ଭିନ୍ନେ
ପଲ୍ଲବିତ ହୋଇ କୁସୁମିତ ହେଇଯିବ ଦିନେ l
ଅବିଶ୍ଵାସ କୁ ବାସ୍ତବରେ ପରିଣତ କରି
ଝାଉଁଳା ଗଛ ଟା ଡାଳ ପତ୍ର ଦେଲା ବିସ୍ତାରି l
ବଢିଗଲା ତାଙ୍କ ପରିଶ୍ରମ ଆଉ ମନୋବଳ
ଶିକ୍ଷା ଦୀକ୍ଷା ଦେଇ କରିଦେଲେ ତାକୁ କଲେକ୍ଟର l
ଏବେ ସେ ଦେଶ ହିତକର କାମରେ ନିୟୋଜିତ ଅଛି
ନିଜ କାମ ପଛରେ ପକାଇ ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରୁଛି l
ଭୁଲିନି ସେ ତାର ଅଲୋଡା ଅଖୋଜା ପିଲାବେଳ
କ୍ରୁର ସମୟର ନିର୍ବିକାର ନିର୍ଯ୍ୟାତନା ଆଉ ନିର୍ବିଚାର l
ଅନେକ ଦିନରୁ ଚାଲିଗଲେଣି ସେ ନମସ୍ୟ ଗୁରୁ ପିତା
ଯିଏ ଥିଲେ ସେଇ କାଳ ରାତ୍ରିରେ ତାର ଉଦ୍ଧାର କର୍ତ୍ତା l
ତାଙ୍କ ନାମେ ଗଢିଛି ସେ ଶିକ୍ଷା କେନ୍ଦ୍ର ଆଉ ଦେବାଳୟ
ତା ପରି ଥିବା ଅସହାୟ ମାନଙ୍କୁ ଦେବାକୁ ଆଶ୍ରୟ l
ଏବେତ ସେ ହୋଇ ଯାଇଛି ପୂର୍ଣମୀର ଚାନ୍ଦ କେତେକଙ୍କ ପାଇଁ
ହସୁଛି ହସାଉଛି ସମସ୍ତଙ୍କ ମନ ଆକାଶରେ ରହି l