ପୁରୁଷର ଲୁହ
ପୁରୁଷର ଲୁହ
ବିରହ ଅନୁଭବି ଆତ୍ମାଟିଏ।
ସେଥିରୁ_
ଆତ୍ମୀୟଙ୍କ ଅଗୋଚରେ
ଉତ୍ପତ୍ତି ହେଇ ପାରେ,
ଲବଣାକ୍ତ ଉଷ୍ଣପ୍ରସ୍ରବଣ।
କିନ୍ତୁ ସମୟ ସ୍ରୋତରେ
ବନ୍ଦ ହେଇ ଯାଇ ପାରେ ତା ବି
ଯେହେତୁ ସହି ଜିଁ ବାକୁ -
ହେବ ତାକୁ ଏ କଷଣ ॥
ହେଲେ
ସେ ଉଷ୍ମ ସ୍ରୋତ କୁ -
ଵୁକୁରେ ଚାପି ରଖି
ଚିରସ୍ରୋତା ହେଇ ଯାଇଛି
ଭଙ୍ଗା ହୃଦୟଟା।
ସେଥିରୁ ଲୁହ ବଦଳେ ଝରେ ଲହୁ
ଯାହାର ଛିଟାରେ_
ବର୍ଣ୍ଣ ହିନ ଅନ୍ୟ ମାନେ
କିନ୍ତୁ ଚତୁର୍ଦ୍ଦିଗ କେବଳ ଲାଲ୍-
ଆଖି ଯେ ଯାଏଁ ପାଏ।
ଜାଣିଛି ସେ ଝର ବନ୍ଦ୍ ହେବାର ଵାଟ ଟା,
ବାଟ ବଣା ହେଇ ଯାଇଛି।
ତେଣୁ ତାକୁ ଝରିବାକୁ ହେବ,
ଶେଷ ବିନ୍ଦୁ ଯାଏଁ ॥
ତଥାପି
ଜିଦ୍ କରି ବସିଛି
ଲୁହ,ଲହୁ ବଦଳରେ_
ଖୁସି ଟିକିଏ ପାଇବାକୁ।
ନିର୍ବୋଧ ହୃଦୟଟା_
ବୁଝି ପାରିନି ସୃଷ୍ଟିର ନିୟମକୁ
କାମ ସରିଗଲା ପରେ_
କୃତ୍ତଘ୍ନ ମଣିଷ
ଆଉ କି ପଚାରେ କେବେ କାହାକୁ!!
ଖାଲି ସେତିକି ନୁହେଁ
ପ୍ରତିଦାନ ଭୟେ _
କୃତ୍ତଘ୍ନ କେବେବି
ଚାହେଁନା କାହାକୁ ଲେଉଟି ପଛକୁ ॥
ଭଙ୍ଗା ହୃଦୟ ଟା ବିକଳ ରେ ଚାହିଁ ଥାଏ
କାହାକୁ କେଜାଣି!!!
ଯିଏ ତାକୁ ଦିନେ କରିଥିଲା ଅତି ନିଜର
ନା ତାକୁ
ଯାର ଅଭିନୟ
ସତେକି ଅସହାୟ-ନିରୁପାୟ।
ନା ଯିଏ_ଆଜି ନିଜ ନିଷ୍ପତି ରେ ଅଟଳ ॥
ବାରମ୍ବାର କଷାଘାତ_
ପରେ ବି ଆଶା ରଖିଛି
ପୁଣି କାଳେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତ_
ସୃଷ୍ଟି କରି ପାରେ ମୂଳ ରୁ ଆରମ୍ଭ।
ପୁଣି କାଳେ ଘୁଞ୍ଚି ଯାଇ ପାରେ
ଅମାବାସ୍ୟା ର କାଳିମା,
କାଳେ ପୁଣି ପୂର୍ଣ୍ଣମୀ ଚାନ୍ଦ
ଖୋଜି ପାରେ ତା ଚକୋରକୁ
ପୁଣି କାଳେ ଭାଙ୍ଗି ଯାଇଥିବା ସମ୍ପର୍କଟା
ଯୋଡ଼ି ଯାଇ ପାରେ
ଯେହେତୁ ଯୋଡ଼ିବା ନୁହେଁ ଅସମ୍ଭବ ॥
ଇତିହାସ ପୃଷ୍ଠା ର_ପୁରୁଣା ସ୍ମୃତି,
ହେଇ ପାରେ
କିଛି_ଶୀତଳ ଯୋଛନାର ପରଶ
ଆଉ କିଛି_
ନିଦାଘେ କାଳ ବୈଶାଖୀର ସଂଘର୍ଷ।
କିଛି_ସ୍ୱଚ୍ଛ ନିର୍ମଳ କାଚ ଆଇନା
ଆଉ କିଛି_
ଦଗାଦିଆ ଚକ୍ଷୁବନ୍ଦି ମୃଗତୃଷ୍ନା ॥
ଏଇ ଆବୃତ୍ତି ରେ
ସେଇ ଇତିହାସ ରେ
ନୂଆ ଫର୍ଦ୍ଦଟିଏ ଯୋଡ଼ି ହେଇ ଯାଏ
ନୂଆ ଏକ ଅନୁଭୂତିକୁ ନେଇ
ଯା'ର ସୃଷ୍ଟିର କାରଣ କାଳେ
ଏକ ଭିନ୍ନ ପ୍ରକାରର କୋହ।
ନା କେବେ ସେ ତାକୁ_
ଦେଖି ଥାଏ ନା ଜାଣିଥାଏ।
ସେ ସେଇ ଉଷ୍ଣପ୍ରସ୍ରବଣ
ନା ତାର_
ପୁରୁଷ ର ଲୁହ ।