STORYMIRROR

Akshaya kumar Rout

Abstract

2  

Akshaya kumar Rout

Abstract

ପୁରୁଷ

ପୁରୁଷ

1 min
162

ମୋ ହୃଦୟ କାଳେ ପାଷାଣ 

ମୁଁ କାଳେ କଠୋର ଅହଙ୍କାରୀ 

କାରଣ ମୁଁ ପୁରୁଷ

କେମିତି କାନ୍ଦିବି ମୁଁ

ହାତୀ ର ବଳ, ସିଂହ ର ସାହସ 

ବିରାଜମାନ ମୋ ଠାରେ


 ତୁମେ କହିଲ, ମୋ ହୃଦୟ କାଳେ ଭାବ ହୀନ 

ମୋ ହୃଦୟ ଦରଦୀ ନୁହେଁ 

କାରଣ ମୁଁ, ନାରୀ ପରି ବୁକୁ ଫଟେଇ କାନ୍ଦି ପାରେନି

କଣ କରିବି ମୋ ଆଖିର ଲୁହ ବି ବଡ଼ ଚାଲାକ 

ମୋତେ କାଳେ ଲଜ୍ୟା ଲାଗିବ ବୋଲି ସେ 

ମୋ ଆଖି ରେ ରହିବାକୁ ଭଲ ପାଏନି


ବୁକୁ ମୋର ବି ଫାଟେ, ଅନ୍ତର ମୋର ବି କାନ୍ଦେ 

ବେଦନା ର ଜ୍ୱାଳାମୁଖୀ ଡହ ଡହ ହୁଏ ହେଲେ 

ସମାଜ ର ଉପହାସ ମୋତେ ସାବଧାନ କରୀଏ

ମୁଁ ପୁରୁଷ, କାନ୍ଦିବା ମୋର ସ୍ଵଭାଵ ନୁହେଁ ।


ଶେଷରେ ଆତ୍ମସାତ କରେ ବେଦନା ର ଜ୍ୱାଳା କୁ 

ରାତି ରାତି ଅନିଦ୍ରା ରେ ଅତିବାହିତ କରେ 

କେତେବେଳେ ନିଶାସକ୍ତ ହୁଏ, କେତେବେଳେ 

ହସ୍ପିଟାଲ ର ବେଡ଼ ରେ ପଡି ରହି ଡିପ୍ରେସନ ର

ଚିକିତ୍ସା କରାଏ.. .

ତଥାପି ମୋତେ ପ୍ରମାଣ ଦେବାକୁ ପଡେ

ମୋର ତୁମ ଭଳି ଗୋଟେ ନିରୀହ,ଦରଦୀ

ହୃଦୟ ଅଛି ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract