STORYMIRROR

Chittaranjan Nanda

Romance Tragedy

3  

Chittaranjan Nanda

Romance Tragedy

ପୁରୁଣା କଥା ଭାବିବା ଲାଭ ଅଛିକି ?

ପୁରୁଣା କଥା ଭାବିବା ଲାଭ ଅଛିକି ?

1 min
148


ରୂପ ଯୌବନ ଅଟେ କ୍ଷଣସ୍ଥାୟୀ

ଗରବ ନଦେଖାଇବୁ ସେଥିପାଇଁ


ଗୁଣହୀନ ରୂପକୁ ଭଲ ପାଏନି କେହି

ଲୁଟି ଥାନ୍ତି ରୂପକୁ ଲୋଭାଶୟ ନେଇ 


ତୁମ ସେ ଆଖି ଓ ସେ ତୀରଖା ଚାହାଣୀ

ମୋର ମନ ନେଇଥିଲା ତୁମଠାକୁ ଟାଣି


ସେ ଆଖିରେ ଥିଲା କି ଯାଦୁଗରୀ

ଆପେ ଯୋଡି ହେଲି ପାଗଳ ପରି


ନକହି ମୋତେ ବହୁତ କିଛି କହି ଦିଏ

ବନ୍ଦୀ ହେବାକୁ ସେ ଆଖିସହ ଇଛା ହୁଏ


ନିଜକୁ ଢାଙ୍କିଲି ତୁମର ପ୍ରେମ ଚାଦରେ

ଭାବି ପାରୁନି କିଆଁ ରଖିଲି ମୋ ହୃଦୟରେ 


ଭଲ ପାଇବା ନିଆଁରେ ଜଳିି ଗଲା ଯିଏ

ସେ ଏକାକି ବୁଝେ ଜଳିବା କଷ୍ଟ କେତେ ଦିଏ


ଜୀବନ ରାସ୍ତାରେ ମଣିଷ ଅଲଗା ହୁଏ

ବୁଝି ହୁଏ ନାହିଁ କାହିଁକି ଏମିତି ବି ହୁଏ


ଛାଡ଼ିବାରେ ତାହା, ବାର ବାର କଷ୍ଟ ଦିଏ 

ମନରେ ସାଇତେ ମୁଠା ମୁଠା ସ୍ମୃତି ସିଏ


ଆଜି ଭାରି ମନେ ପଡେ ତୁମେ କାହିଁକି ?

ପୁରୁଣାକୁ ମନେ ପକାଇବା ଲାଭ ଅଛିକି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance