STORYMIRROR

Jayashree Das

Classics

4  

Jayashree Das

Classics

ପୁରାଣ

ପୁରାଣ

1 min
303


ପ୍ରାଚୀନ ସାହିତ୍ୟ ହିନ୍ଦୁ ଧର୍ମଗ୍ରନ୍ଥ,

ପୁରାଣ ମାନ୍ୟତା ପାଇ.

ସୃଷ୍ଟିର ଆରମ୍ଭ ବୀଲୟ ବର୍ଣ୍ଣିତ,

ଜୀବନ ଦର୍ଶନ ସେହି ।


ସୃଷ୍ଟିକର୍ତ୍ତା ବ୍ରହ୍ମା ସର୍ଜିଲେ ସୃଷ୍ଟିକୁ,

ଲେଖିଦେଲେ ବେଦ ଗ୍ରନ୍ଥ.

ସେହି ବେଦଠାରୁ ପୁରାଣର ସୃଷ୍ଟି,

ସଂସ୍କୃତରେ ହେଲା ଖ୍ୟାତ ।


ଆଦିକବି ବେଦବ୍ୟାସ ରଚିଗଲେ,

ଅଷ୍ଟାଦଶ ର ପୁରାଣ.

ଦେବ, ଋଷି, ରାଜା, ସୃଷ୍ଟି ସରଞ୍ଚନା,

ଜ୍ଞାନ, ବିଜ୍ଞାନ ଚିତ୍ରଣ ।


ଧର୍ମ ଅଧର୍ମ ରୁ ପାପ ପୂଣ୍ୟ ଯାଏଁ,

ଭାରତ ଜୀବନ-ଧାରା.

ବୈଦିକ ଯୁଗର ଆଖ୍ୟାନ ସହିତ,

ମହତ୍ୱପୂର୍ଣ୍ଣ ରଚନା ।


ବେଦର ଜଟିଳ ତତ୍ତ୍ୱକୁ ସରଳ,

ପୁରାଣେ ଅବତାରଣା.

ବେଦର ପୂରକ ପୁରାଣ ନାମରେ,

କରାଗଲା ପ୍ରତିଷ୍ଠିତା ।


ଧର୍ମ ରୀତି ନୀତି ମାର୍ଗ ଦର୍ଶନ,

ସ୍ଵଛ ମନୁଷ୍ୟ ଜୀବନ.

ତାତ୍ୱିକ ଆଧାର ଶିକ୍ଷା ଓ ସଂସ୍କାର,

ଦୁଷ୍କର୍ମର ବିଶ୍ଳେଷଣ ।


ନିର୍ଗୁଣ ସଗୁଣ ନିରାକାର ଜ୍ୟୋତି,

ସାରା ସୃଷ୍ଟିର ଆଧାର.

ସମ୍ମାନ ଜଣାଇ ସାକାର ବ୍ରହ୍ମକୁ,

ଉପାସନା ନିରନ୍ତର ।


ଶାନ୍ତି, ମୈତ୍ରୀ, ପ୍ରୀତି,ଦୟା, କ୍ଷମା ଗୁଣ,

 ମୂଳ ମନ୍ତ୍ର ଏ ଜୀବନ.

ଦୁଷ୍ଟ ପ୍ରବୃତିକୁ ପରିତ୍ୟାଗ ପାଇଁ,

ବିସ୍ତୃତ ଉପାଖ୍ୟାନ ।


ପାଞ୍ଚଟି ଲକ୍ଷଣ ପୁରାଣ ଲିଖନ,

ସର୍ଗ ପ୍ରତିସର୍ଗ ବଂଶ.

ମନ୍ୱନ୍ତର ବର୍ଣ୍ଣ ବଂଶlନୁଚରିତ,

ମାନ୍ୟତା ଅମରକୋଷ ।


ସତ୍ୟର ପ୍ରତିଷ୍ଠା ଉନ୍ନତ ସମାଜ,

ଗଠନର ବିବରଣ.

ଦେବୀ ଓ ଦେବତା ଋଷି ଆଉ ରାଜା,

ପୁରାଣ ଗ୍ରନ୍ଥେ ବର୍ଣ୍ଣନ ।


ବ୍ରହ୍ମ, ପଦ୍ମ, ବିଷ୍ଣୁ, ମସ୍ଚ୍ୟ , ଭାଗବତ,

ନାରଦ, ଭବିଷ୍ୟ , ଶିବ .

ବାମନ ଓ ଲିଙ୍ଗ,ଗରୁଡ଼, ବ୍ରହ୍ମାଣ୍ଡ,

କୂର୍ମ, ବ୍ରହ୍ମ ବଇବର୍ତ୍ତ ।


ସ୍କନ୍ଦ, ବରାହ, ମାର୍କେଣ୍ଡେୟ ଅଗ୍ନି,

ଅଷ୍ଟlଦଶ ଏହିପରି.

ବ୍ୟାସଦେବ କୃତ ଜୀବନର ମନ୍ତ୍ର,

ସଦଭାବନା ଅନୁସରୀ ।


ପୁରାଣ ଆମର ମାର୍ଗଦର୍ଶନ,

ପ୍ରବାହିତ ଭକ୍ତି ଧାରା.

ବିଶ୍ୱ ସାହିତ୍ୟର ପ୍ରାଚୀନ ଗ୍ରନ୍ଥ,

ବ୍ୟାଖ୍ୟାରେ ଅମୃତ ଭରା ।।


Rate this content
Log in

Similar oriya poem from Classics