ପୁରାଣ
ପୁରାଣ
ପ୍ରାଚୀନ ସାହିତ୍ୟ ହିନ୍ଦୁ ଧର୍ମଗ୍ରନ୍ଥ,
ପୁରାଣ ମାନ୍ୟତା ପାଇ.
ସୃଷ୍ଟିର ଆରମ୍ଭ ବୀଲୟ ବର୍ଣ୍ଣିତ,
ଜୀବନ ଦର୍ଶନ ସେହି ।
ସୃଷ୍ଟିକର୍ତ୍ତା ବ୍ରହ୍ମା ସର୍ଜିଲେ ସୃଷ୍ଟିକୁ,
ଲେଖିଦେଲେ ବେଦ ଗ୍ରନ୍ଥ.
ସେହି ବେଦଠାରୁ ପୁରାଣର ସୃଷ୍ଟି,
ସଂସ୍କୃତରେ ହେଲା ଖ୍ୟାତ ।
ଆଦିକବି ବେଦବ୍ୟାସ ରଚିଗଲେ,
ଅଷ୍ଟାଦଶ ର ପୁରାଣ.
ଦେବ, ଋଷି, ରାଜା, ସୃଷ୍ଟି ସରଞ୍ଚନା,
ଜ୍ଞାନ, ବିଜ୍ଞାନ ଚିତ୍ରଣ ।
ଧର୍ମ ଅଧର୍ମ ରୁ ପାପ ପୂଣ୍ୟ ଯାଏଁ,
ଭାରତ ଜୀବନ-ଧାରା.
ବୈଦିକ ଯୁଗର ଆଖ୍ୟାନ ସହିତ,
ମହତ୍ୱପୂର୍ଣ୍ଣ ରଚନା ।
ବେଦର ଜଟିଳ ତତ୍ତ୍ୱକୁ ସରଳ,
ପୁରାଣେ ଅବତାରଣା.
ବେଦର ପୂରକ ପୁରାଣ ନାମରେ,
କରାଗଲା ପ୍ରତିଷ୍ଠିତା ।
ଧର୍ମ ରୀତି ନୀତି ମାର୍ଗ ଦର୍ଶନ,
ସ୍ଵଛ ମନୁଷ୍ୟ ଜୀବନ.
ତାତ୍ୱିକ ଆଧାର ଶିକ୍ଷା ଓ ସଂସ୍କାର,
ଦୁଷ୍କର୍ମର ବିଶ୍ଳେଷଣ ।
ନିର୍ଗୁଣ ସଗୁଣ ନିରାକାର ଜ୍ୟୋତି,
ସାରା ସୃଷ୍ଟିର ଆଧାର.
ସମ୍ମାନ ଜଣାଇ ସାକାର ବ୍ରହ୍ମକୁ,
ଉପାସନା ନିରନ୍ତର ।
ଶାନ୍ତି, ମୈତ୍ରୀ, ପ୍ରୀତି,ଦୟା, କ୍ଷମା ଗୁଣ,
ମୂଳ ମନ୍ତ୍ର ଏ ଜୀବନ.
ଦୁଷ୍ଟ ପ୍ରବୃତିକୁ ପରିତ୍ୟାଗ ପାଇଁ,
ବିସ୍ତୃତ ଉପାଖ୍ୟାନ ।
ପାଞ୍ଚଟି ଲକ୍ଷଣ ପୁରାଣ ଲିଖନ,
ସର୍ଗ ପ୍ରତିସର୍ଗ ବଂଶ.
ମନ୍ୱନ୍ତର ବର୍ଣ୍ଣ ବଂଶlନୁଚରିତ,
ମାନ୍ୟତା ଅମରକୋଷ ।
ସତ୍ୟର ପ୍ରତିଷ୍ଠା ଉନ୍ନତ ସମାଜ,
ଗଠନର ବିବରଣ.
ଦେବୀ ଓ ଦେବତା ଋଷି ଆଉ ରାଜା,
ପୁରାଣ ଗ୍ରନ୍ଥେ ବର୍ଣ୍ଣନ ।
ବ୍ରହ୍ମ, ପଦ୍ମ, ବିଷ୍ଣୁ, ମସ୍ଚ୍ୟ , ଭାଗବତ,
ନାରଦ, ଭବିଷ୍ୟ , ଶିବ .
ବାମନ ଓ ଲିଙ୍ଗ,ଗରୁଡ଼, ବ୍ରହ୍ମାଣ୍ଡ,
କୂର୍ମ, ବ୍ରହ୍ମ ବଇବର୍ତ୍ତ ।
ସ୍କନ୍ଦ, ବରାହ, ମାର୍କେଣ୍ଡେୟ ଅଗ୍ନି,
ଅଷ୍ଟlଦଶ ଏହିପରି.
ବ୍ୟାସଦେବ କୃତ ଜୀବନର ମନ୍ତ୍ର,
ସଦଭାବନା ଅନୁସରୀ ।
ପୁରାଣ ଆମର ମାର୍ଗଦର୍ଶନ,
ପ୍ରବାହିତ ଭକ୍ତି ଧାରା.
ବିଶ୍ୱ ସାହିତ୍ୟର ପ୍ରାଚୀନ ଗ୍ରନ୍ଥ,
ବ୍ୟାଖ୍ୟାରେ ଅମୃତ ଭରା ।।
