Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Tragedy Fantasy Inspirational

3  

Dr. Rajib Lochan Panigrahy

Tragedy Fantasy Inspirational

ପୁରାଣ

ପୁରାଣ

1 min
168


ପୁରାଣ ଆମର ଗନ୍ତାଘର 

ଅଟେ ସଂସ୍କୃତି ଓ ପରମ୍ପରା

ପୁରାଣ ପୃଷ୍ଠାରୁ ପୁରୁଣା

ଘଟଣା ଓ ବିଷୟର ପସରା ।


ପୁରାଣ ଆମର ସାହିତ୍ୟ ସଂସ୍କୃତି

ବିଜ୍ଞାନର ଇସ୍ତାହାର

ପୁରାଣ ଆମର ଇତିହାସ ବହେ

ପୂର୍ବ ପୁରୁଷଙ୍କ ଗାଥା ।


ପୁରାଣ ଆମର ଭଜନ କୀର୍ତ୍ତନ

ଦେବା ଦେବୀଙ୍କ ମହିମା

ପୁରାଣ ଅଟଇ ପ୍ରମାଣ ର ଗାଥା

ହୋଇଅଛି ଲେଖା ପଢା ।


ପୁରାଣ ଆମର ହୃଦୟ ବହିଛି

ଜୟ ବିଜୟର କଥା

ପୁରାଣେ ରହିଛି ଅସଂଖ୍ୟ ବିଷୟ

ପଢିଲେ ଘୁଆଏ ମଥା ।


ପୁରାଣ ଆମର ଅସଂଖ୍ୟ ରହିଛି

ପଢିବାକୁ ବେଳ କାହିଁ

ପଢିଲେ ଜୀବନେ ଅଭାବ ହୋଇବ

ସମୟ ଅଣ୍ଟିବ ନାହିଁ ।


ପୁରାଣ ଆମର ତଳପତ୍ରେ ଲେଖା

ପଥର ଗାତ୍ରରେ ଲେଖା

ଅନେକ ରହିଛି ଲିପିବଦ୍ଧ ହୋଇ

ମନ୍ଦିର ଗାତ୍ରରେ ଲେଖା ।


ବିଭାଗ ରହିଛି ଏଇଥି ପାଇଁକି

ପ୍ରତ୍ନତତ୍ତ୍ୱ ନାମ ବହି

ଗବେଷଣା ପାଇଁ ବିଭାଗ ସଂସ୍କୃତି

ପାଠାଗାରେ ସାଇତିଛି ।


ପୁରାଣ ଏବେ ପଢିବା ଦୂରୁହ

ବୁଝିବା ଶକତି କାହିଁ

ପଇସା ପଛରେ ସବୁ ଧାବମାନ

ପୁରାଣ କିଏ ପଢୁଛି ।


ପୁରୁଣା କୁ କହି ଅପସଂସ୍କୃତି

ହେତୁବାଦ ବାହାରିଛି

ପାଶ୍ଚାତ୍ୟ ଢାଞ୍ଚାକୁ ଆପଣେଇ ଏବେ

ପୁରାଣ କୁ ନିନ୍ଦୁଛନ୍ତି ।


ପୁରାଣ ପୃଷ୍ଠାରେ ଭାବ ଭକତି ର 

ଭଜନ ତ ଲେଖା ଥାଏ

ପୁରାଣ ରଖଇ ଶାନ୍ତି ମୈତ୍ରୀ ପ୍ରୀତି

ସମାଜରେ ଭାବ ରହେ ।


ମନକୁ ସଂଯତ କରିବା ପାଇଁ

ପୁରାଣ ବାଟ ବତାଏ

ପୁରାଣ ଥିବାରୁ ସନାତନ ଧର୍ମ

ବଂଚିଛି ଏହି ସଂସାରେ ।



Rate this content
Log in

Similar oriya poem from Tragedy