Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Nayak

Tragedy Inspirational

3  

Manas Ranjan Nayak

Tragedy Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

1 min
139


ଆତ୍ମହତ୍ଯା..... ମୃତ୍ଯୁ ସହ ଅସ୍ତିତ୍ଵ ରୁ ମୁକ୍ତି

ଆଉ ତା'ପରେ.....ମୋକ୍ଷ ନା ନିର୍ବାଣ? 

ଔଜ୍ଜ୍ୱଲ୍ୟ କୁ ଡରି ଅନ୍ଧାରରେ ସମର୍ପଣ

ଆଉ ତା'ପରେ..... ମୂଲ୍ଯହୀନ ଜୀବନ! 


ଆଖି ପିଛୁଳାକେ କାମ୍ୟ ମୋହରୁ ନିବୃତ୍ତି

ଆଉ.....ବିସ୍ମୃତ ସେ ଲୁହ କୋହର ଆବୃତ୍ତି! 

ଏକାକୀ ଏକାନ୍ତ ଅସହାୟ ଅସମର୍ଥ ବ୍ଯର୍ଥ ସର୍ବସ୍ବାନ୍ତ

ଜୀଉଁଥିଲୁ କିଆଁ ସକଳ ନିଶ୍ବାସ ଅନିଦ୍ରା ଶ୍ରମକ୍ଳାନ୍ତ ? 


କାମନା ଜର୍ଜରିତ ତୋର ପ୍ରତିଟି ଜୀବନ ମୁହୂର୍ତ୍ତ

ପାଇବା ଭୋଗିବା ରାଗରେ ଭୁଲିଲୁ ଚେତନାମୃତ? 

ମୁଁ ମୋ ମନ୍ତ୍ରରେ ଦୀକ୍ଷିତ ତୋ କାୟ ମନ ବାକ୍ଯ

ତୁ କାହିଁ ବୁଝିବୁ ନଶ୍ବର ଶରୀରେ ଆତ୍ମାର ରହସ୍ଯ? 


ନବକଳେବରେ ଚିର ଅମର ସେ ଆତ୍ମାର ପ୍ରଦୀପ

ଆତ୍ମହତ୍ଯା ପ୍ରହସନେ କିମ୍ପା କରୁ ତୁ ବୃଥା ପ୍ରଳାପ ? 

ମାଟି ଘଟ ଭାଙ୍ଗି ଯଦି ପାଇବୁ ତୁ ମୁକତି

ପ୍ରତି କ୍ଷଣେ ଭାଙ୍ଗୁଛି ସେ ଏହି ଯେ ନିୟତି। 


ବଞ୍ଚ ଓ ବଞ୍ଚାଅ....ଛାଡି ବଞ୍ଚାଇ ବଞ୍ଚିବା .....ହିଁ କରତୁହି ଅସ୍ତ୍ର

ଜୀବନ କରୁକ୍ଷେତ୍ରେ ତୋ ପାଇଁ ସାଜିବ ସେ ସଂଜୀବନୀ ଶସ୍ତ୍ର

ସ୍ବାର୍ଥ ଓ ଅର୍ଥ ର ମଦୁରାରେ ଜୀବନ ଆକଣ୍ଠ

ଆତ୍ମହତ୍ଯା ପ୍ରାୟଶ୍ଚିତେ ମିଳିବକି ରେ ବୈକୁଣ୍ଠ? 



Rate this content
Log in

Similar oriya poem from Tragedy