STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଭାଇନା

ଭାଇନା

1 min
180

ପୂଜ୍ୟ ଆତ୍ମା ମୋର ପ୍ରଣାମ ଘେନିବ

ସରଗପୁରରେ ଥାଇ

ଭକ୍ତି ପୁଷ୍ପାଞ୍ଜଳି ଟେକି ଦେଉ ଅଛି

ତୁମ ପାଦ ତଳେ ମୁହିଁ।


କେତେ କେତେ ସ୍ମୃତି ପଟଳେ ଭାସୁଛି

ମେଘ ଖଣ୍ଡ ପରି ନିତି

କର୍ମବୀର କେବେ ମରେନା ମହୀରେ

ଛାଡ଼ିଗଲ ଯଶ କୀର୍ତ୍ତି।


କେତେ ଯେ ହୃଦୟ ଯୋଡ଼ିଛ ଜୀବନେ

ଦୁଃଖୀ ରଙ୍କୀ ସେବା କରି

କେତେ ଅଜ୍ଞାନକୁ ଜ୍ଞାନକୁ ବାଣ୍ଟିଛ

ସଭିଏଁ ହୁଅନ୍ତି ଘାରି।


କେତେ କଣ୍ଟା କେତେ ଫୁଲରେ ଚାଲିଛ

ଦୁଃଖ ସୁଖ ସମ କରି

ଥକି ଗଲା କିଆଁ ଅଧା ବାଟେ ପାଦ

ଇହ ଧାମ ଗଲା ସରି।


ଆତ୍ମା ହିଁ ମହାନ ଆତ୍ମା ଭଗବାନ

ସବୁ ଏକା ନୁହେଁ ଘର

ଇଶ୍ଵରଙ୍କ ପାଶେ ରହିଛ ତୁମେ ହେ

ପୂଜ୍ୟ ଭାତୃଦେବ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy