STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଜୀଵନ ଅଙ୍କ

ଜୀଵନ ଅଙ୍କ

1 min
171

ଜୀବନଟା ଏକ ଅଛିଣ୍ଡା ଅଙ୍କ

ଯେତେ କଷୁଥିଲେ

ବୁଢିଆଣୀ ସୂତା ସମ

ଅଡୁଆ ତଡୁଆ

ବତୁରା ମନ ତ ଉତୁରା ଛାତିରେ

ଖେଳେ ଛାଇ ଆଲୁଅର ଖେଳ

ତାର ଗହନ ଗୋପନ ତତ୍ତ୍ୱର

ସମାଧାନର ସମୀକରଣଟା

ଆରମ୍ଭ ତ ହୁଏନି ଶେଷ

ତାର ବ୍ୟାସ ବ୍ୟାସାର୍ଦ୍ଧ

ସଠିକ ଥାଇବି ପରିଧି

ମାପି ହୁଏନି

ଅଛିଣ୍ଡା ହୁଏ

ଅନ୍ତର୍ଦେଶ ଥାଇ ବି

ତା ବ୍ୟାସାର୍ଦ୍ଧ ଦିଏ ତାକୁ ଧୋକା

ଥାଇ ପାଶେ ଲାଗେକରେ ଦୁର୍ବାର ପ୍ରଚେଷ୍ଟା 

ଦୂରେ ବହୁଦୂରେ

ନିଃସଙ୍ଗତା ଭାସିବୁଲେ

ମନ ରାଜ୍ୟେ ଭାବପ୍ରବଣତାର

ସୁର ବେସୁରା ରାଗିଣୀ ତୋଳେ

ବେସାହାରା ଲାଗେ

ସତେକି ଶକୁନି ଓଠର ହସ

ଭାଙ୍ଗିଦିଏ ତା ସମୀକରଣ କୁ

ପରିଧିର ଚକ୍ରବ୍ୟୁହ ରୁ ବ୍ୟାସାର୍ଦ୍ଧକୁ

ଟାଣି ଆଣିବାର କରେ

ଦୁର୍ବାର ପ୍ରଚେଷ୍ଟା

ତଥାପି ଜୀଵନ ହାରିଯାଇନି

ଜୀଵନ ଯୁଦ୍ଧରେ ଜିତିବାର

ବଜ୍ର ଶପଥ ନେଇ

ପ୍ରାଣମୟ ଅନୁଭୂତିକୁ ପାଥେୟ କରି

ସମ୍ପର୍କର ସୁନ୍ଦର ପଣରେ

ତା ବ୍ୟାସାର୍ଦ୍ଧକୁ କୋଳେଇ ନେଇ

ଆଙ୍କି ଚାଲିଥାଏ

ତା ବୃତ୍ତରପରିଧିକୁ

ଛୁଇଁବାଯାଏ ଶେଷ ସୀମାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy