STORYMIRROR

Panchanan Jena

Tragedy

3  

Panchanan Jena

Tragedy

କଟି ରହିଲା

କଟି ରହିଲା

1 min
172


କଳାହାଣ୍ଡିଆ ମେଘ କରି ଛାଇ

ଅମ୍ବର କୋଳରେ ମେଘ ଗେହ୍ଲେଇ

ପଡ଼ ପଡ଼ କରି ଆସେ ପକେଇ


ମୋତେ ଭାରି ରାଗ ଆସିଯାଏ

ମେଘଟା ହୃଦୟହୀନା 

ଖାଉଥିବା ବେଳେ ଟପା ଟପ୍

ବରଷି ଯିବ ଅଇଁଠା ହାତ ଅସନା


ଅଧା ଖିଆ ଭାତ

ପେଟ ବି ପୁରିନି ତ

ଧାଁ ଦୌଡ଼ ଆରମ୍ଭ

ଶୁଖିଲା ଲୁଗା

ଆଚାର ଡବା

ଧାଇଁ ମୋଡ଼ି ମକଚି ଆଣିବାକୁ ବାଧ୍ୟ


ମୁକୁଳା କେଶ ବେସ ବିନ୍ୟାସ

ଏକ ହାତିଆ ପରବତେ

 ଖଟରେ ଶୁଆଇ ପକେଇ ନିର୍ଯ୍ୟାସ


ଛାଡି ଧଡ଼ ଧଡ 

ଓହୋ ମାଇଁ ଗଡ଼


ରାଗରେ ଭାବୁଛି ଗାଇବିନି କେବେ

ମଉସୁମୀ ଗୀତି କବିତା

ଆଖି କୋଣରେ ଝଲକେଇବିନି

ଚାତକ ଚାହାଣୀର କୁହୁକ ମାଦକତା


ମେଘଟା ବଡ଼ ବଦମାସ 

ଘଡ଼ିକେ ଘୋଡା ଛୁଟାଏ

ବିଳମ୍ଵରେ ଆସି କେବେ ପ୍ରଳୟ

କେବେ ମରୁଭୂମି ସୃଷ୍ଟି କରାଏ ।


ଯାହା ଇଚ୍ଛା ତାର କରୁ ସେ ଅଧିର

ହଇରାଣ ନ କରୁ ଆଉ

ଅତର୍କେ ବରଷି ଅସମୟେ ଫସି

କଟି ରହିଲା ମୋ ପଣ ଥାଉ ।



Rate this content
Log in

Similar oriya poem from Tragedy