ପୁଣ୍ୟ ମୋ ଉତ୍କଳ
ପୁଣ୍ୟ ମୋ ଉତ୍କଳ
ପୁଣ୍ୟ ମୋ ଉତ୍କଳ ମାଟି ସମ ନାହିଁ
ଭୂଖଣ୍ଡ ଭାରତ ଦେଶେ
ପ୍ରତି ଓଡ଼ିଆଙ୍କ ଘରେ ପୂଜା ପାନ୍ତି
ଜଗନ୍ନାଥ ଭିନ୍ନ ବେଶେ।
ଦେବ ପୁରୀ ଆମ ସୁନ୍ଦର ରାଇଜ
ପ୍ରକୃତିର ଗନ୍ତା ଘର
ଓଡ଼ିଆ ଙ୍କ ହୃଦେ ବସା ବାନ୍ଧି ଥାନ୍ତି
ନ ଥାଏ ଆପଣା ପର।
ଭଲ ମନ୍ଦ ବେଳେ ଲୋଡୁଥାନ୍ତି ତାଙ୍କୁ
ସବୁରି କାଳିଆ ସୁନା
ମହୋଦଧି କୂଳ ନୀଳ କନ୍ଦର ରେ
ଉଡ଼ାଏ ପତିତ ବାନା।
ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି
ଡାକିଲେ ତାହାଙ୍କୁ ଥରେ
ମନସ୍କାମ ସବୁ ହୁଅଇ ପୂରଣ
ଚକା ଆଖି ସଦା ଘୁରେ।
ପ୍ରଣତି ବାଢ ହେ ତାଙ୍କ ପଦ୍ମ ପାଦେ
ନିତି ସଂଜ ସକାଳ ରେ
ଜଗନ୍ନାଥ ସ୍ଵାମୀ ବିଶ୍ଵ ନୀୟନ୍ତା ସେ
ସକଳ କଳୁଷ ହରେ ।
