STORYMIRROR

Kalpana Kumari Pradhan

Fantasy Others

4  

Kalpana Kumari Pradhan

Fantasy Others

ପୁନେଇଁ ଚାନ୍ଦ

ପୁନେଇଁ ଚାନ୍ଦ

1 min
12



ଶରତ ଆକାଶେ ହସେ ଖିଲି ଖିଲି 

  ଆଜି ପୁନେଇଁ ଚାନ୍ଦ 

ରୂପା ଜର ଜର ଜୋତ୍ସନାରେ ଭିଜି 

  କୁଆଁରୀ ମନ ଆନନ୍ଦ l


ଯୌବନ ଜୁଆରେ ପ୍ରୀତି ର ଲହରୀ 

  ଶଶାଙ୍କ ତାହାରି ସାକ୍ଷୀ

କୁଆରୀ ମନ ର ଅଳସ ନୟନେ

    ପୀରତି ଅଞ୍ଜନ ମାଖି l


ପୂର୍ଣ୍ଣିମା ଆକାଶେ ଚକା ଜହ୍ନ ଦେଖ

   ଦିସେ କେଡେ ରୂପବନ୍ତ 

ସେ ଜହ୍ନକୁ ପୂଜି ରୂପସୀ ନାୟିକା 

   ମନାସେ ନିଜର କାନ୍ତ l


ଗାଁ ଦାଣ୍ଡେ ସାଙ୍ଗ ସାଥୀ ମେଳେ 

  ଖେଳ କେତେ ରଙ୍ଗେ 

ନବ ବସ୍ତ୍ର ପରିଧାନ କରନ୍ତି ସଭିଏଁ 

  ଲିଆ ଆଞ୍ଜୁଳି ଫିଙ୍ଗେ l


Rate this content
Log in

Similar oriya poem from Fantasy