STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ପୁଲକେ ହସୁ ନିଥର ଭୂଇଁ

ପୁଲକେ ହସୁ ନିଥର ଭୂଇଁ

1 min
233


ଗୋକ୍ଷୀର ଶୁଭ୍ର ବରଣା ରେଶମୀ ଶ୍ଵେତାମ୍ଵରୀ 

ପରିହିତା ପ୍ରକୃତି ସୁରମ୍ୟା ବାଳା

ନଈପଠା,ପାଟ,ଗହୀର ହିଡରେ ବିହରେ

ଧୀର ସମିରଣେ ହୋଇ ସେ ଉତଳା ।।


କିଅବା ଧରିତ୍ରୀ ଟାଣିଅଛି ଶ୍ଵେତ ଚାନ୍ଦୁଆ

ବିମଳ ଶ୍ୟାମଳ ସୌମ୍ୟ ଅଙ୍କା ଚିତ୍ର

ତତ୍ପରେ ସୁବାଷ କୁସୁମେ ମଣ୍ଡନ କରିଛି

ସ୍ଵାଗତମ୍ ଦୁର୍ଗା ହୁଅ ଆବିର୍ଭୁତ ।।


ବ୍ୟମୋପଥେ ଭ୍ରମେ ଶୁକ୍ଳ ଅଭ୍ରମୟ ଅମ୍ଵୁଦେ

ଇତସ୍ତତଃ ଗତି ଦିଶେ ମନୋହର

ଶୁଭ୍ର ନଭ ନବ ରୂପେ ଶୁନ୍ୟେ ଦୋଳାୟମାନ

ଭୂମି ଭୂମା ସବୁ ଦିଶେ ଏକାକାର ।।


ଏକକ ଅଭିନ୍ନ ଧରିତ୍ରୀ ଆକାଶ ଆକର୍ଷେ

ଭାବମୟେ ମନ ହୁଅଇ ଉତଳା

ଶରତେ ରୁତୁମ୍ଭରା ରମ୍ୟ ଯଉବନ ଛୁଆଁ

ରୁତୁରାଣୀ ସୌମ୍ୟା ବିଦଗ୍ଧ ଛଇଳା ।।


ପବିତ୍ର ଲଗନେ ପୂଣ୍ୟ ପାର୍ବଣେ ଉତ୍ସ୍ଵାସ ଭରେ

ଉପଗତେ ରସମୟ ହୋଇ‌ ରସା

ଅଭୁତପୂର୍ବ ତା କାନ୍ତି ପ୍ରସାଧନେ ଆସିଛି

ୟେ ଈଶ୍ଵରୀ ଐଶ୍ୱରୀୟ ବେଶ ଭୂଷା ।।


ରୁତୁରାଣୀ କୋଳେ ପ୍ରକୃତି ଈଶ୍ଵରୀ ଆବାହେ

ଅୟୀ ମମହାଦେବୀମୃଗେନ୍ଦ୍ର ଆରୋହି

ଆଶ୍ଵାସନା ପୂତ ଅମୀୟ କର ଦେ ପ୍ରସାରି

ପୁଲକିତେ ହସୁ ୟେ ନିଥର ଭୂଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy