Birakishore Nayak

Tragedy

3  

Birakishore Nayak

Tragedy

ପୁଲୱାମା ସହିଦଙ୍କ ସ୍ମରଣେ

ପୁଲୱାମା ସହିଦଙ୍କ ସ୍ମରଣେ

1 min
151



ମୁକୁଟ ସଦୃଶ ଚିର ମନୋହର

     କାଶ୍ମୀର ଉପତ୍ୟକା,

ଭାରତର ଏକ ଅବିଛେଦ୍ୟ ଅଙ୍ଗ

     ପାକ ର ମରୀଚିକା |

ସମ୍ମୁଖ ଯୁଦ୍ଧରେ ବାରମ୍ବାର ହାରି

     ଚକ୍ରାନ୍ତ ପାକିସ୍ତାନେ,

କାଶ୍ମୀର ନେବାକୁ ଅସଦ ଉପାୟେ

     ଚେଷ୍ଟିତ ପ୍ରତିକ୍ଷଣେ |

ସନ୍ତ୍ରସବାଦର ଖେଳ ଚଳାଉଛି

     ଭାରତେ ନାନା ସ୍ଥାନେ,

ବିସ୍ଫୋରଣ ନିତି ଘଟେ କାଶ୍ମୀରରେ

      ଭୟଜାତ ହୁଏ ମନେ |

 ଦୁଇହଜାରର ଉଣେଇଶି ଶହ 

      ଫେବୃଆରୀ ଚଉଦେ,

ପୁଲବାମା ନଭେ ଧୁମକେତୁ ପରି

       ବିସ୍ଫୋରି ଝଡ଼ ଉଦେ |

କେନ୍ଦ୍ର ସରଂକ୍ଷିତ ପୋଲିସ ବଳକୁ

       ସନ୍ତ୍ରାସି ଆକ୍ରମଣ,

ମୁହୂର୍ତ୍ତକ ମଧ୍ୟେ ସହିଦ ହୋଇଲେ

       ଚାଳିଶି ବୀର ପ୍ରାଣ |

ପାକିସ୍ତାନ ଭୀରୁ ଦୁର୍ଦାନ୍ତ ସନ୍ତ୍ରାସି

       ମହମ୍ମଦ ଇସ୍ମଲ,

ଆତ୍ମଘାତି ଏକ ପାକିସ୍ତାନୀ ଦ୍ୱାରା

      ପୁଲୱାମ ହେଲା ଲାଲ |

ସାରା ଭାରତ ଯେ ପ୍ରତିବର୍ଷ ଦୁଃଖେ

      କଳାଦିବସ ପାଳେ,

ଫେବୃଆରୀ ମାସ ଚଉଦ ତାରିଖେ

      ସ୍ମୃତିରେ ଅଶ୍ରୁ ଢାଳେ |

କାଶ୍ମୀର ଆକାଶୁ ଧୁମକେତୁ ଅସ୍ତ

      ହେବ ନିଶ୍ଚୟ ଦିନେ,

ଭାରତର ବୀର ଅଙ୍ଗୀକାର ବଦ୍ଧ

      ସହିଦ ଶ୍ରଦ୍ଧା ସୁମନେ |

       

       

       

       

      


Rate this content
Log in

Similar oriya poem from Tragedy