ପୁଚିଖେଳ
ପୁଚିଖେଳ
ପୁଚିଖେଳ ଖେଳି ବାକୁ
ଲାଗେ କେତେ ଖୁସି
ଫୁତି ନାନୀ , ପୁଚି , ପେଚି ,
କେମ୍ପି ହସି ହସି ।
ଖେଳୁ ଥାନ୍ତି ପୁଚି ଖେଳ
ଦେଖିଲେ ଆହା କି
ମଜା ଲାଗେ , ଗୀତ ଗାଇ
ଡେଇଁ ଫିକି ଫିକି ।
ପୁଚୁ ପୁଚୁ କରି ଆଗ
ପଛ ହେଉ ଥାନ୍ତି
ପୁଚିଖେଳ ରସ ଭୋଳେ
ଜନତା ଦେଖନ୍ତି ।
ଖେଳି ପାରେ ଯିଏ ବେଶୀ
ସମୟ ଏ ଖେଳ
ପ୍ରଥମ ହୋଇ ସେ କରେ
ପ୍ରାଇଜ ହାସଲ ।
ନାଣ୍ଢୀ ନାନୀ ଦିନେ ପ୍ରାଇଜ୍
ପାଇ ଯିବା ଲାଗି
ଆକା ପାକା ହୋଇ ଖେଳି
ଚାଲି ଥାଏ ପୁଚି ।
ଥକା ଲାଗିଲେ ବି ପ୍ରାଇଜ୍
ପାଇବା ର ଲୋଭ
ବଢ଼ାଉ ଥାଏ ସେ ନାଣ୍ଡୀ
ନାନୀ ଟି ର ଦମ୍ଭ ।
ମାତ୍ର ପାଞ୍ଚ ମିନିଟି
ର ପୁଚି ଖେଳ ତାହା
ତିନି ମିନିଟ ରେ ହୋଇଲା
ସେ ଆକା ପାକା ।
କମିଟି ପିଲାଏ ତାକୁ
ନେଇ ଗଲେ ଟେକି
ଡାକ୍ତର ଖାନା ରେ ନାନୀ
ନେଲା ସେଲାଇନି ।
ବହୁ ଦିନ ରହି ସେଠି
ଘରକୁ ଆସିଲା
ସେଇ ଦିନ ଠାରୁ ପୁଚି
ଖେଳ ଛାଡ଼ି ଦେଲା ।

