STORYMIRROR

Prasanna Kumar Madala

Romance

4  

Prasanna Kumar Madala

Romance

ପତ୍ରଝଡା

ପତ୍ରଝଡା

1 min
382


ବଦଳାଋତୁରେ      କବିତା ଗୁଡ଼ିକ

ନିଃଶବ୍ଦ ହେଲେଣି ପ୍ରିୟେ

ଜମୁନି ଜମାରୁ     ଆସରେ ବାସର

ନିରାଶେ ବିଦାୟ ନିଏ ।

ଆୟୁଷ ତମାମ   ମୋ' ଗୀତି ଆବୃତି

ତୁମ ଓଠେ ହେଉ ହେଉ

ଛାତିବାଳର ଏ'    କିଆରୀରେ ତାହା

ଖେଳାଇ ପାରନ୍ତା ଢେଉ ।

ସୋରିଷ ଫୁଲର    ମହକ ସାଥିରେ

ଶିହରାଇ ତୀଖା ସ୍ବାଦେ

ଲେଖିବାର ଥିଲା    ଦୁଗ୍ଧଫେଣ ସମ

ଗାଇ ହେବା ଭଳି ନାଦେ ।

ଅଙ୍ଗେ ଅଙ୍ଗେ ତୁମ ସାନ୍ନିଧ୍ୟେ ସୌନ୍ଦର୍ଯ୍ୟ

ଦେଖି ଆସିଥିଲି ଯାହା

ଅଳଙ୍କାର ଆଉ     ଉପମା ଭିତରେ

ଲେଖିବାର ଥିଲା ତାହା ।

ନିବିଡ଼ ଆଶ୍ଳେଷେ    ଆଙ୍କିବାର ଥିଲା

ବାହୁବନ୍ଧନର ଚିହ୍ନ

ଜଙ୍ଘ ଝରଣାରେ    ସନ୍ତରି ଖେଳନ୍ତା

ଚପଳା ଦଣ୍ଡକ ମୀନ ।

ଶବ୍ଦ ଚାତୁରୀରେ    ଧମନୀ ପ୍ରବାହେ

ଭରିଥିଲେ ଟିକେ ଜ୍ବାଳା

ତରଳିବା ପରେ   ବୁଝିଥା'ନ୍ତ ବୋଧେ

ଆସକ୍ତିର ମଧୁଶାଳା ।

ନିଃଶକ୍ତ ହେଲାଣି     ଶବ୍ଦର ବନ୍ଧନ

ଲାଳିତ୍ୟ ସନ୍ଧାନେ ଘୂରି

ସଶକ୍ତ ଲାଗୁଛି     ବାହାର ସମାଜେ

ଛଳପ୍ରତାରଣା ଛୁରୀ ।

ଡର ଲାଗିଲାଣି     ମଧୁବନେ ଏବେ

ଥୋଇବାକୁ ଧୀରପାଦ

ଶୁଖିଲା ପତ୍ରରୁ       ଶୁଭୁଅଛି ଶୁଣ

ଚାଲିଲେ କର୍କଶ ନାଦ ।

ଶୁଣାଇ ପାରୁନି    ସେ' ରସେ ରଚିତ

ଆଗଭଳି ଦୁଇଧାଡ଼ି

ପତ୍ରଝଡା ଦେଖି    ଡର ଲାଗେଏବେ 

ଯାଉଛି ଆସର ଛାଡ଼ି ।




Rate this content
Log in

Similar oriya poem from Romance