ପତିତକୁ ଯିଏ
ପତିତକୁ ଯିଏ
ପତିତକୁ ଯିଏ ଉଦ୍ଧାର କରନ୍ତି ବଡ ଦାଣ୍ଡେ ହୋଇ ଠିଆ ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟା ରେ ସେହି ଆମର କାଳିଆ। ନୀଳାଚଳେ ବିଜେ ଦାରୁ ବ୍ରହ୍ମ ରୂପେ ସଙ୍ଗରେ ଭାଇ ଭଉଣୀ କେତେ କେତେ ଲୀଳା ରଚନା କରନ୍ତି ଭକତେ ହୁଅନ୍ତି ଗୁଣୀ। ରଥ ପଥ ନେତ୍ର କରନ୍ତି ପବିତ୍ର ସେହି ତ କରୁଣାକର ଜନନୀ ଜନମ ମାଟିରେ ଯେ ବନ୍ଧା ଆହା କାଳିଆ ସୁନ୍ଦର। ସ୍ୱର୍ଗୀୟ ସୁନ୍ଦର ଅମ୍ବୃତ ବାଣ୍ଟେ ଯେ ସେହି ମହା ବଳିୟାର ତାଙ୍କରି ଶରଣ ଲୋଡ଼େ ଯିଏ ନିତ୍ୟ ସଂସାରୁ ହୁଅଇ ପାର। କୋଟି ଓଡିଆଙ୍କ ମଉଡ ମଣି ସେ ମୁଣ୍ଡରେ ବାନ୍ଧେ ଟାହିଆ ଭକତ ଗହଣେ ବାରି ହୋଇ ଯାନ୍ତି ସେ ପ୍ରଭୁ ନୀଳାଚଳିଆ। ତାଙ୍କ ଗୁଣ ଗାନ ତାଙ୍କ ଠାରେ ଧ୍ୟାନ ତନୁ ମନ କରି ଲୟ ସେ ଚକା ନୟନ ପଥଗାମୀ ହେବେ ଆଉ କାହାକୁ ବା ଭୟ?
