STORYMIRROR

Satyajit Swain

Tragedy

3  

Satyajit Swain

Tragedy

ପଶ୍ଚାତାପ ଲୁହ

ପଶ୍ଚାତାପ ଲୁହ

1 min
439


ହୃଦୟରେ କୁହୁଳୁଥିବା ନିଆଁ 

ଅଚିରେ ଜାଳିଦେଲା ବିଶାଳ କୋଠିକୁ, 

ଯାହା ଦିନେ ଛିଡ଼ା ହୋଇଥିଲା ଅଗଣିତ କବର ଉପରେ 

ଅନେକ ସ୍ବପ୍ନକୁ ଜାଳି, ଛାରଖାର କରି, 

ହସୁଥିଲା ସଇତାନର ଅଟ୍ଟହାସ୍ୟ ।।


ଭୋକିଲା ଶିଶୁର ଦାନାରେ ଭରୁଥିଲା ନିଜର ଅମାର 

ପୁଣି ଯହିଁ ସତୀତ୍ୱର ଅଗ୍ନିକୁଣ୍ଡରେ ଜଳିଥିଲା, 

ଅନେକ ଶରୀର ।।


ବଳିପଡ଼ିଥିଲେ ଅନେକ ମୁଣ୍ଡ, 

ଯିଏ ଦିନେ ଚାହିଁଥିଲେ ମନଭରି ଜୀଇଁବାକୁ ।।


ଏବେ ତହିଁ ନାହିଁ କେହି ଗର୍ବ କରିବାକୁ 

ଛିଡ଼ାହୋଇ ଗରିବ ଛାତିରେ 

ଅବା ତହିଁ ଛୁଟୁନାହିଁ ରକତର ସୁଅ, 

ଏବେ ଯାହା ଅଛି ପୋଡ଼ା କାନ୍ଥ, 

ଝରାଏ ଯେ' ପଶ୍ଚାତାପ ଲୁହ ।।



Rate this content
Log in

Similar oriya poem from Tragedy