STORYMIRROR

Debadatta Jena

Abstract Romance Inspirational

4  

Debadatta Jena

Abstract Romance Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
458

ଏଇ ଯେ କବିତା

ଏ ଏମିତି କିଛି ଶବ୍ଦ

ଓ ଶବ୍ଦାର୍ଥର ନିଖୁଣ

ସମାହାର ଯେ

ସେ ସବୁ ଶବ୍ଦ ଆଉ

ଶବ୍ଦ ଭେଦ ମାପିବା

ନିହାତି ବୈଚିତ୍ର୍ୟ

ସେଇ ସବୁ ଶବ୍ଦ ଓ

ଶବ୍ଦ ବୋଧର ସଂଜ୍ଞା,

ଅର୍ଥ ନିରୂପଣ,ତଥା

ବୋଧଗମ୍ୟତା,

ପ୍ରାଣ ପ୍ରାଚୁର୍ଯ୍ୟ ଯେ

ନିଶ୍ଚୟ ମୋ ଅଝଟ

ମନ ଓ ଆତ୍ମାର

କେଉଁ ଅସୀମିତ

ବିଶେଷ ବୈଦୁର୍ଯ୍ୟ

ସେ ଶବ୍ଦ ସାମ୍ରାଜ୍ୟ

ଓ ଶବ୍ଦ ବ୍ରହ୍ମାଣ୍ଡର

ଗନ୍ତାଘର କେବେ

ମିଳି ଯାଆନ୍ତା କି

ମତେ, ଏମିତି ମୋ

ହାତ ପାହାନ୍ତାରେ,

ଲେଖି ମୁଁ ପାରନ୍ତି,

ଅନେକ ସ୍ମୃତି,

କିଛି ଅନୁଭୂତିର,

ଅସରନ୍ତି ବ୍ୟାଖ୍ୟା,

ଦରଦୀ ପ୍ରାଣର

ବ୍ୟାପକ ବୈଶିଷ୍ଟ୍ୟ,

ଆଉ ଅନ୍ତର ମନର

ସୁକ୍ଷ୍ମ ମନୋଭାଷା

ମନସ୍ତତ୍ତ୍ୱ ବୋଲି

ଆଉ କହି ଵି

ପାରନ୍ତି ମୁଁ,ସେ ଶବ୍ଦ

ଓ ଅର୍ଥ ମୋ ପାଇଁ

ଅସୀମ ଆବେଗ,ଆଉ

ଖୁବ୍ ଅନାୟାସେ,

କହି ଵି ପାରନ୍ତି ପୁଣି,

ଏ ଦୁନିଆଁକୁ ଯେ

ସେ ଶବ୍ଦ ସମୂହ ମୋ

ଅସରନ୍ତି ସ୍ବପ୍ନର,

ନଭଶ୍ଚମ୍ବି ଆଶା,

ଅମାପ ଭରସା,ତଥା

ଗୁଢ ଅସୀମ ବିଶ୍ୱାସର

ନୂତନ ପରିଭାଷା ଓ

ଆତ୍ମ ସତ୍ତା ବୋଲି

ସେ ଶବ୍ଦ ବୋଧରେ

ଲୁକ୍କାୟିତ ଅସ୍ତିତ୍ୱ ଯେ

ମୋ ସ୍ୱପ୍ନିଳ ହୃଦୟର

କାବ୍ୟିକ ମନୋବାଞ୍ଛା

ଓ କେଉଁ ଦୃଢ ନିଶ୍ଚିତ

ଅନ୍ତଃମନର ଅନେକ

ପ୍ରତୀକାତ୍ମକ କାବ୍ୟିକ

ପ୍ରତିଶୃତି ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract