ପ୍ରତୀକ୍ଷାର ଅନ୍ତ
ପ୍ରତୀକ୍ଷାର ଅନ୍ତ
ମୋ ପ୍ରତୀକ୍ଷାର ଅନ୍ତ ହେଲା
ବାସ୍ତବରେ ନୁହେଁ ସ୍ୱପ୍ନରେ
ତୁମେ ଆସିଥିଲ ସେ ଦିନ
ମୋ ସପନର ସହରେ l
ଆକାଶ ରୁ ଝରି ପଡୁଥିଲା
ତାରା ଫୁଲର ସମ୍ଭାର
ପୂର୍ଣ୍ଣମୀ ଇନ୍ଦୁ ବିଛେଇ ଦେଇଥିଲା
ରୂପେଲି କୀରଣ ଚଦର l
ଦୂର ପାହାଡ଼ର ଗହନ ବନରୁ
ବହେ ଶୀତଳ ସମୀର
ନଇ ପଠା ସାଜିଛି ପ୍ରେମଉପବନ
ବହେ ଯହିଁ ପ୍ରୀତିଧାର l
ଆନ୍ତହୀନ ଅପେକ୍ଷାର ଅବସାନ
ଘଟେ ଆଗମନେ ତୁମରି
ଚନ୍ଦ୍ର ବଦନକୁ ଚାହିଁ ଧୀରେ
ଶୀତଳତା ପ୍ରାଣେ ମୋହରି l
କିଛି ମୁହୂର୍ତ୍ତ ବି ତୁମ୍ଭସହ
ସପନେ ରାଇଜେ ଆଜି
ଅତି ନିକଟରେ ପାଇଛି ତୁମକୁ
ଦୁଃଖ ଯାଇଛି ହଜି l
ତୁମେ କଣ ସେ ପ୍ରତୀକ୍ଷା
ର ବେଦନା ବୁଝିପାରିବ
କର ସଙ୍ଗେ କର ଛନ୍ଦି
ମନ ଗଗନେ ଉଡି ବୁଲିବ l
ସ୍ୱପ୍ନରେ ଅପ୍ରାପ୍ତି କ୍ଷୋଭ ନାଶି
ପ୍ରାପ୍ତି ପରସ ବୋଳିବ
ତୁମ ସାନିଧ୍ୟ ଅଳ୍ପ ସମୟେ
ପାଇ ସଫଳ ହୋଇବ l

