STORYMIRROR

subrat kumar jena

Tragedy

3  

subrat kumar jena

Tragedy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
273


ମୁଁ ଜାଣେ ତୁମେ ଅଫେରା ନଈଟିଏ

ବୋହିଯାଇଛ ତୁମରି ଇଚ୍ଛାରେ

କେତେ ଦୁର୍ଗମ ଓ କଣ୍ଟକିତ ପଥ ଦେଇ

ତୁମ ସହ ଯାହା ଘଟି ଯାଇଛି?

ତୁମ ପାଖରେ ସେ ସବୁର କାରଣ "ମୁଁ"!

"ମୁଁ"ଯେ ଖାଲି "ମୁଁ"ତ୍ୱରେ ବନ୍ଧା ନଥିଲି,

ଏ କଥା ବୁଝିଲ ନି ଯାହା?

ତୁମେ ବିଶୃଙ୍ଖଳିତ ମନ ନେଇ ହୋଇଗଲ ଉନ୍ମୁକ୍ତ,

ଲଂଘି ଗଲ ବହୁ ଗିରି ବନ ପଥ.

ସୂ ଉଚ୍ଚ ପାହାଡ଼ର ତଳକୁ ବହୁ ତଳକୁ,

ଯେଉଁଠୁ ଫେରିବା ହୁଏତ ତୁମ ଲାଗି "ଅସମ୍ଭବ".

ମୁଁ କିନ୍ତୁ ଆଜିବି ଆଶାୟିତ,

ନିତି ଚାହିଁ ରୁହେ ତୁମରି ଫେରିବା ବାଟକୁ,

ପୁଣିଥରେ ଆରମ୍ଭ କରିବାକୁ ଗୋଟିଏ ନୂଆ ଅଧ୍ୟାୟ,

ତୁମ ସହ ମୋ ଜୀବନ ମଞ୍ଚରେ.

ଏବେ ମୁଁ ବି ନେଇ ପାରିବି ନିଷ୍ପତି ତୁମ ପରି,

କାହିଁକିନା ମୁଁ ଆଜି ଉନ୍ମୁକ୍ତ ତୁମ ପରି.

ତୁମେ ଫେରିବ କି ନା ମୁଁ ଜାଣେନା!

କିନ୍ତୁ ତୁମ ବିନା ଏ ହୃଦୟ ରହି ପାରେନା

ଆଜି ବି ଅଛି କାଲି ବି ରହିବି,

ରହିଥିଵି ଶେଷ ନିଃଶ୍ୱାସ ଯାଏ,

କେବଳ ତୁମରି "ପ୍ରତୀକ୍ଷା" ରେ.....


ସୁବ୍ରତ ଜେନା

ଯାଜପୁର ୯୭୭୬୨୦୮୯୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy