STORYMIRROR

Umashankar Satpathy

Romance

3  

Umashankar Satpathy

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
339


ଦିନେ ନା ଦିନେ ଆସିବି

ଉଦାସୀ ତୁମ ଶୀତ ରାତିରେ

ଶୁଷ୍କ ଓଠରେ

ଖୁସିର ହସ ଲେସିଦେବି,

ଘନକୃଷ୍ଣ କବରୀରେ

ମଲ୍ଲି ଫୁଲର ମାଳ ଖୋସିଦେବି,

ଚମ୍ପା ହଳଦୀ ଦେହରେ ତୁମର

ଘୋଡେଇ ଦେବି ଉଷ୍ମ ମୋ 

ପ୍ରୀତିର ଶୁଭ୍ର ଓଢଣୀ,

ଉପରେ ଜହ୍ନର ଶୀତଳ ଜୋଛନା 

ତଳେ ଦହନର ତାଡ଼ନା 

ଜୋଛନା ଓ ତାଡ଼ନା ମଝିରେ

ମୁଁ ସାଉଁଟୁଛି ଯାତନା

କେବେ ଜାଗିଛି ଏମିତି

ତମ ମନରେ ଭାବନା !! ନା

ସେମିତି ମୁହଁ ବୁଲାଇ ଯାଇପରିବନି

ଥରେ ପଛକୁ ଫେରି ଚାହିଁବ

କାରଣ

ତୁମ ସ୍ଥାନ ଆଜିବି ଶୂନ୍ୟ

ତୁମେ ଫେରିବ 

ଯେମିତି କୋଇଲିର ପ୍ରତୀକ୍ଷା ଋତୁରାଜକୁ

ପ୍ରତୀକ୍ଷା ଦିଗହରା ପଥିକର

ଭଙ୍ଗା ନାଆକୁ

ପ୍ରତୀକ୍ଷା କେଉଁ ଏକ ଝରକାରୁ ତୁମ ପ୍ରତିବିମ୍ବକୁ

ଏ ପ୍ରତୀକ୍ଷା ଯୁଗ ଯୁଗ ଧରି ବତୀଘରର

ଯିଏ ଚାହିଁରହିଛି ସାଗରକୁ

କିଛି ଅନ୍ତ ନାହିଁ

କିଛି ସମ୍ଭବ 

କିଛି ଅସମ୍ଭବ

ଅଧିକ ସମ୍ଭାବନା କୁ ନେଇ

ଏ ପ୍ରତୀକ୍ଷା

ଉଭୟ ପାଖରେ ଗୁଣିତକ

ବାହାର କରିବା ବହୁତ୍ କଷ୍ଟ

ସୁନ୍ଦର ଶବ୍ଦ ଭାବ ଅଧିକ

କେବଳ ତମେ ବୁଝିବ

ଦେଖାଯାଉ

ପ୍ରତୀକ୍ଷା ଏ ନୂଆ ବର୍ଷକୁ!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance