ପ୍ରତୀକ୍ଷା
ପ୍ରତୀକ୍ଷା


ତୁମେ କେବେ ଆସିବ କି ନା,
ତୁମେ କେବେ ବୁଝିବ କି ନା
ତୁମ ଅପେକ୍ଷାରେ ,
ପ୍ରତି ଜ୍ୟୋସ୍ନା ରାତ୍ରିର ଯନ୍ତ୍ରଣା !!
ମୁଁ ନିର୍ବାକ ପ୍ରାୟ ପ୍ରହର ,
ସୁଶିତଳ ମଳୟେ ମୁଁ ନିଦାଘ ଦ୍ୱିପହର !!
ଦୃଷ୍ଟି ଦିଗବଳୟରେ ,
ତୁମେ ଚକ୍ ଚକ୍ ମରୀଚିକା
ଭାବନାରେ ମୋର ତୁମେ ,
ଏକାନ୍ତ ଜୀବନ୍ତ ଚରିତ୍ର !!
ତୁମେ ଆରାଧ୍ୟ ,
କ୍ଷଣିକ ପ୍ରାରବ୍ଧ
ମୋ ହୃଦୟ କନ୍ଦର ରେ
ତୁମେ ନିଷିଦ୍ଧ ଈଶ୍ୱର !!