ପ୍ରତୀକ୍ଷା
ପ୍ରତୀକ୍ଷା
ବହିଛି ଶୀତଳ ପବନ ତୋଟାରେ
ହେଲାଣି ସ୍ଥିର ପୋଖରୀର ପାଣି I
ମୋ ମୁଁହ ଦିଶୁଛି ପୋଖରୀ ଜଳରେ
ତୁମ ଚେହେରା ପାରୁନି ଠାଣି I
ଏତେ ଦିନ ଧରି ତୁମ ବାଟ ଚାହିଁ
ପଥର ପାହାଚ ଗଲାଣି ଥକି
ସରି ଯାଏ ଦିନ ମରି ଯାଏ ମନ
ପ୍ରେମ ପରୀକ୍ଷାରେ ଦେଲ କି ଠକି !
ତୁମର ପାଉଁଜି ଶୁଭୁନାହିଁ କାହିଁ
ପଡ଼ିଛି ନିରବ ପକ୍ଷୀର ଗୀତ
ସ୍ମୃତିର ସମ୍ଭାର ନେଇ ତାହା ସାଥେ
ଗାଆଁକୁ ଆମର ଫେରିଛି ଶୀତ !
କାଶତଣ୍ଡୀ ଗଲା କେବେଠୁଁ ମଉଳି
ଝରିଲା କ୍ଷେତରେ ସୋରିଷ ଫୁଲ
ବୁଝିଲା ମେଦିନୀ ବୁଝିଲା ପବନ
ତୁମେ ନ ବୁଝିଲ ପ୍ରୀତିର ମୂଲ I
କେବେ ଜହ୍ନ ହସେ କେବେ ପୁଣି ହଜେ
ପୋଖରୀରେ କିନ୍ତୁ ଫୁଟଇ କଇଁ I
ସମୟ ଅଟକେ ଘଡ଼ିର କଣ୍ଟାରେ
ଶୀତ ଦିନ ସଞ୍ଜ ଆସିଲେ ନଇଁ I