ପ୍ରତୀକ୍ଷା
ପ୍ରତୀକ୍ଷା
ପ୍ରେମ ନିର୍ଝରିଣୀ ବହି ଥିଲା ଯେବେ
ମୋ ମନର ଅନ୍ତରାଳେ
ନିର୍ଝରିଣୀ ଧାରେ ପଞ୍ଚମ ତାନରେ
ପିକ ରାବିଲା ତତ୍କାଳେ ।
ଫୁଲ ଫୁଟି ପୁଣି ମହକିଲା ଯେବେ
ମୋ ମନ ଘର ଅଗଣା
ତୁମରି ସରଳ ଚାହାଣୀ କୁ ଦେଖି
ସପନ ମନେ ଜାଗିଲା ।
ପ୍ରେମର ମହକେ ରୋମାଞ୍ଚିତ ହୋଇ
ଆବେଗେ ଉତ୍ଫୁଲ ହେଲି
ପ୍ରତି ମୁହୂର୍ତ୍ତରେ ପ୍ରତିଟି ସ୍ଥାନରେ
ତୁମ ଛବି ଆଙ୍କୁ ଥିଲି ।
ମୋ ଭଲ ପାଇବା ଗଭୀରତା କେତେ
ଭାବିଲି ତୁମେ ମାପିଛ
ତୁମ ଦାୟିତ୍ୱ ଓ କର୍ତ୍ତବ୍ୟ ଆଧାରେ
ପ୍ରତୀକ୍ଷା ପ୍ରତୀକ୍ଷା ପାଇଁ କହିଲ ।
ଦାୟୀତ୍ଵ କର୍ତ୍ତବ୍ଯ ସମାପନ କରି
ତୁମେ ନିଜକୁ ଦେଖିଲ
ଜୀବନୁ ବସନ୍ତ ଅପସରି ଅଛି
ମୋତେ ଯେ ଖବର ଦେଲ ।
ଜୀବନ ସାୟାହ୍ନେ ବିବାହ ପାଇଁ କି
ସମାଜ ର ଉପହାସ
ଡରିଗଲ ତୁମେ ରହିଲ ଏକାକୀ
ନାଇଲନି ଯେ ସିନ୍ଦୁର ।
ସରଳ ନିରୀହ ପ୍ରେମିକ ଟିଏ ମୁଁ
ନିରିମଳ ଭାବ ନେଇ
ପ୍ରତୀକ୍ଷା କରିଛି ଆର ଜନମକୁ
ତୁମକୁ ସମ୍ମାନ ଦେଇ ।
ପ୍ରେମ ତ ଅଟଇ ଚିର ପୁଣ୍ୟତୋୟା
ତ୍ୟାଗର ତାର ମହତ୍ତ୍ୱ
ପ୍ରତୀକ୍ଷା କରିବି ଯୁଗ ଯୁଗ ଧରି
ପାଇବାକୁ ଯେ ସାନ୍ନିଧ ।
