Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Inspirational

4.1  

Lokanath Rath

Action Classics Inspirational

ପ୍ରତିବଦ୍ଧତା

ପ୍ରତିବଦ୍ଧତା

1 min
266



ଜୀବନ ଯାତ୍ରାରେ ଯେବେ ସଫଳତାର ସହ ଚାଲିବାକୁ ହୁଏ 

  କେତେ କେତେ ସଂଘର୍ଷର ସହିତ ମଧ୍ୟ ଭେଟ ହୁଏ, 

 କେହି ତାକୁ ପରୀକ୍ଷା ଭାବେ, କେହି ଭାବେ ଶିକ୍ଷା 

   କିନ୍ତୁ ଲକ୍ଷର ପ୍ରତିବଦ୍ଧତା ଥିଲେ ସବୁ ସହଜେ ହୋଇଯାଏ |


ଭଲପାଇବାରେ ମଧ୍ୟ ବେଳେ ବେଳେ ଦେଖା ଦିଏ ଖାଲି 

   କିଛି ଭୁଲ ବୁଝାବଣା ଆଉ ସନ୍ଦେହର ସୁକ୍ଷ୍ମ ମାନସିକତା, 

ମନ ଆଉ ହୃଦୟ ପରସ୍ପରକୁ ପଚାରନ୍ତି କେତେ ପ୍ରଶ୍ନ 

  କିନ୍ତୁ,ସବୁ କିଛି ସମାଧାନ ହୋଇଯାଏ ଥିଲେ ପ୍ରତିବଦ୍ଧତା |


ଭଲପାଇବା ଟା ଖାଲି ନୁହେଁ ପ୍ରେମ ଆଉ ମମତା 

  ସିଏ ଅଟେ ମଧ୍ୟ ଏକ ଶୁଦ୍ଧ ଅଟଳ ଚିନ୍ତନ, 

ଯାହାକୁ ନେଇ କର୍ମ କଲେ, ମିଳେ ପାଗଳର ନାମ 

  କିନ୍ତୁ, ସେହି ପ୍ରତିବଦ୍ଧତା ଆଣି ଦିଏ ସୁଖ ସମ୍ମାନ |


ମଣିଷ ଜୀବନ ନୁହଁଇ ଖାଲି ଡରି ଡରି ବଞ୍ଚିବା 

  ଜୀବନର ସାର୍ଥକତା ପାଇଁ ବାଛିବାକୁ ହୁଏ ଏକ କ୍ଷେତ୍ର, 

ଯାହାକୁ ଆନ୍ତରିକ ଭଲପାଇ ସବୁ ଲକ୍ଷ ରଚିବାକୁ ହୁଏ 

  ପ୍ରତିବଦ୍ଧତା ସହ କର୍ମ କରିବା ଅଟେ ସଫଳତାର ସୂତ୍ର |


ଜୀବନର ସବୁ ଅସଫଳତା ଦେଇ ଥାଏ ଅନେକ ଶିକ୍ଷା 

  ଯାହା ଜୀବନର କର୍ମ ପଥେ ସଦା ହୁଅଇ ସହାୟ, 

ଏହି ଜୀବନର ଲକ୍ଷପଥ ଯେତେ କଣ୍ଟକିତ ହେଲେ ମଧ୍ୟ 

  ଲକ୍ଷ ପ୍ରତି ପ୍ରେମ ଆଉ ପ୍ରତିବଦ୍ଧତା ଦେଇଥାଏ ବିଜୟ |


ଯେବେ ଏହି ପ୍ରତିବଦ୍ଧତାର ନାଲି ରଙ୍ଗ ଦିଏ ରଙ୍ଗେଈ 

  ମନ ଆଉ ହୃଦୟ ଏକାକାର ହୋଇ କର୍ମ କରାନ୍ତି, 

ଜୀବନର ସାର୍ଥକତା ପାଇଁ ସବୁ କିଛି ଫିକା ପଡ଼ିଯାଏ 

  ସଫଳତାର ଶୀର୍ଷରେ ସବୁ ବାଧା ସତ୍ୱେ ପହଞ୍ଚି ଯାଆନ୍ତି |


Rate this content
Log in

Similar oriya poem from Action